Breaking Newsଓଡ଼ିଶା

ବର ସମେତ ୫ ଗିରଫ,ମେ’ଫେୟାର ହୋଟେଲ ସିଲ୍

Share this:

ବ୍ରହ୍ମପୁର : କୋଭିଡ଼-୧୯ ର ଏତେ କଠୋର କଟକଣା ଥିବା ପରେ ବି ଏହାକୁ ଖାତିର ନକରି ଧୂମଧାମରେ ପଞ୍ଚତାରକା ହୋଟେଲରେ ବିବାହ ଉତ୍ସବ ପାଳନ କରିବା ବ୍ରହ୍ମପୁର ଜଣେ ବ୍ୟବସାୟୀଙ୍କୁ ମହଙ୍ଗା ପଡିଛି। କୋଭିଡ ନିୟମ ଭାଙ୍ଗି ବିବାହ ଉତ୍ସବ କରିଥିବା ଅଭିଯୋଗରେ ଗୋପାଳପୁର ପୁଲିସ ବର ସହ ତାଙ୍କ ବାପା, ବଡ଼ବାପା ଓ ୨ ଦାଦାଙ୍କୁ ଗିରଫ କରିଛି। ଏହାସହତ ପ୍ରଶାସନ ତରଫରୁ  ବିବାହ ଉତ୍ସବ କରାଯାଇଥିବା ହୋଟେଲ ମେ’ଫେୟାରକୁ ସିଲ କରାଯାଇଛି।

ସୂଚନା ଅନୁସାରେ, ଜୁଲାଇ ୨ ତାରିଖରେ ବ୍ରହ୍ମପୁରର ଜଣେ ପ୍ରତିଷ୍ଠିତ  ବ୍ୟବସାୟୀ ଙ୍କ ପୁଅ ର ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। କିନ୍ତୁ କୋଭିଡ-୧୯  କଟକଣାକୁ ଅଣଦେଖା କରି ବଡ଼ ଧୂମଧାମରେ ବର ଶୋଭାଯାତ୍ରା କରାଯାଇଥିଲା। ହୋଟେଲ ମେ’ ଫେୟାରରେ ବହୁ ଜନସମାଗମ ମଧ୍ୟ ହୋଇଥିଲା। ବିବାହ ରେ ବିନା ମାସ୍କ ଓ ସାମାଜିକ ଦୂରତା ରକ୍ଷା କରାଯାଇନଥିଲା। ବିବାହ ଶୋଭାଯାତ୍ରା ର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଭିଡ଼ିଓ ଦେଖିବା ପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇଉଠିଥିଲା ତୁରନ୍ତ ଗୋପାଳପୁର ଥାନାରେ ବର ଓ କନ୍ୟା ପକ୍ଷଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ଏଥିସହିତ ବିବାହରେ ନିୟୋଜିତ ସମସ୍ତ ଗାଡିକୁ ସିଜ କରିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଥିବା ବେଳେ ହୋଟେ ମେ’ ଫେୟାରକୁ ୭ଦିନ ପାଇଁ ସିଲ କରିଦେଇଛି। ସେପଟେ ଏ ଘଟଣା ପରିପ୍ରେକ୍ଷୀରେ ଏଭଳି ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Share this: