Covid-19 Odisha Report: ଓଡ଼ିଶାରେ ପୁଣି କରୋନା ନେଲା ୬୦ଜଣଙ୍କ ଜୀବନ

Share this:

ଭୁବନେଶ୍ୱର: ଓଡ଼ିଶା (Odisha) ରେ ଆଉ ୬୦ଜଣଙ୍କ ଜୀବନ ନେଇଛି କରୋନା (Coronavirus)। ଏହି କରୋନା ଆକ୍ରାନ୍ତମାନଙ୍କର  ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫ ହଜାର ୬୩୪ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଆଜି ସୁନ୍ଦରଗଡରୁ ସର୍ବାଧିକ ୧୪ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ସେହିପରି ଖୋର୍ଦ୍ଧାରୁ ୮ଜଣ ମୃତ୍ୟୁବରଣ କରିଛନ୍ତି। ଅନୁଗୁଳ ଏବଂ କଟକ ଜିଲ୍ଲାରୁ ୬ଜଣ ଲେଖାଏଁ ମୃତ୍ୟୁବରଣ କରିଥିବାବେଳେ ପୁରୀ ଏବଂ କେନ୍ଦୁଝରରୁ ୫ଜଣ ଲେଖାଏଁ ଆକ୍ରନ୍ତ ମୃତ୍ୟୁବରଣ କରିଛନ୍ତି। ସମ୍ବଲପୁର ଏବଂ ବୌଦରୁ ୪ଜଣ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ଭଦ୍ରକରୁ ୨ଜଣ ମୃତ୍ୟୁବରଣ କରିଥିବାବେଳେ ଯାଜପୁର, ଝାରସୁଗୁଡା, କନ୍ଧମାଳ, କୋରାପୁଟ, ନବରଙ୍ଗପୁର ଏବଂ ନୟାଗଡରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି।

mahimalive

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୫୭ ଲକ୍ଷ ୧୮ହଜାର ୮୯୦ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୯ ଲକ୍ଷ ୭୦ ହଜାର ୮୧୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୨ହଜାର ୨୦୪ଜଣ ସୁସ୍ଥ ହେବା ସହିତ ମୋଟ ୯ ଲକ୍ଷ ୪୭ ହଜାର ୩୮୧ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୭ହଜାର ୭୪୬ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | Odisha Weather Report:ଆସନ୍ତା ୨୪ ଘଣ୍ଟାରେ କେତେକ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା, ଆସୁଛି ଲଘୁଚାପ

[amazon_auto_links id=”9932″]
Share this: