Coronavirus Odisha Live Today: ଓଡ଼ିଶାରୁ ୩୧ ପଜିଟିଭ ଚିହ୍ନଟ
ଭୁବନେଶ୍ଵର: Coronavirus Odisha Live Today ଓଡ଼ିଶାରୁ ଗତକାଲି ୪୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ରାଜ୍ୟରୁ ଗତ ୨୪ ଘଣ୍ଟାରେ ୩୧ଜଣ ସଂକ୍ରମିତ ଚିହ୍ନଟ (Coronavirus Odisha Live Today) ହୋଇଛନ୍ତି।
ସେହିପରି ଆଜି ରାଜ୍ୟରୁ କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷ ମଧ୍ୟରେ ୭ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟର (Quarantine) ରୁ ୧୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଓଡ଼ିଶାରୁ ଚିହ୍ନଟଙ୍କ ମଧ୍ୟରେ ବରଗଡ଼ରୁ ୩ଜଣ ଚିହ୍ନଟ ହୋଇଥିବାବେଳେ ଭଦ୍ରକରୁ ଜଣେ, କଟକରୁ ୪ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଦେଉଗଡରୁ ୩ଜଣ, କନ୍ଧମାଳରୁ ୨ଜଣ, ଖୋର୍ଦ୍ଧାରୁ ଜଣେ, ମୟୂରଭଞ୍ଜରୁ ୨ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ନବରଂଗପୁରରୁ ୨ଜଣ, ନୟାଗଡ଼ରୁ ଜଣେ, ସମ୍ବଲପୁରରୁ ୩ଜଣ, ସୁନ୍ଦରଗଡରୁ ୯ଜଣ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ଓଡ଼ିଶାରେ ୩ କୋଟି ୩୮ ଲକ୍ଷ ୩୦ହଜାର ୫୧୧ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୩ ଲକ୍ଷ ୩୬ ହଜାର ୮୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୫୭ଜଣ ସୁସ୍ଥ ହେବା ସହିତ ମୋଟ ୧୩ ଲକ୍ଷ ୨୬ହଜାର ୫୮୧ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୮୦ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

ସେହିପରି ଆଜି ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନାଭାଇରସର ୧୬୦୪ ଟି ନୂଆ ମାମଲା ରେକର୍ଡ କରିଛି। ରବିବାର (ଅକ୍ଟୋବର 30) କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ ମୋଟ ପୁନରୁଦ୍ଧାର ହାର ପ୍ରାୟ ୯୮.୭୭ ପ୍ରତିଶତରେ ପହଞ୍ଚିଛି ଏବଂ ମୋଟ କୋଭିଡରୁ ସୁସ୍ଥ ହୋଇଥିବା ବ୍ୟକ୍ତି ହେଉଛନ୍ତି ୪ କୋଟି ୪୧ ଲକ୍ଷ ୪ହାଜର୯୩୩।
ଭାରତରେ COVID-19 ର ମୋଟ ସକ୍ରିୟ ମାମଲା ୧୮ ହଜାର ୩୧୭ କୁ ହ୍ରାସ ପାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଆଜି ଦର୍ଶାଇଛି। ଗତକାଲି, ପଞ୍ଜୀକୃତ ସକ୍ରିୟ ମାମଲାଗୁଡ଼ିକ ପ୍ରାୟ ୧୮ ହାଜର ୮୦୨ ଥିଲା।

Read Also
- Gold Price Today Odisha: ପୁଣି ଶସ୍ତା ହେଲା ସୁନା, ଜାଣନ୍ତୁ ଆଜି ଭୁବନେଶ୍ୱରରେ କେତେ ରହିଛି କ୍ୟାରେଟ୍ ଦର

- Joranda Magha Mela: ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା ପରମ୍ପରା, ପ୍ରସ୍ତୁତି ଓ ଆଧ୍ୟାତ୍ମିକ ମହତ୍ତ୍ୱ

- Subhadra Yojana Installment In 2026: ଆଜି ମିଳିଲା ପୁଣି ସୁଭଦ୍ରା କିସ୍ତି

- PUC Certificate Odisha: ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ନିଷେଧ ନିୟମ ଫେବ୍ରୁଆରୀ ୧ରୁ ଲାଗୁ

- Gold Rate Today: ଆଜିର ସୁନା ଦର, ଦିନେ ବଢୁଛି ଦିନେ କମୁଛି

