ଭୁବନେଶ୍ଵର :ରାଜ୍ୟରେ ଆଜି ୧୭୩୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟରରୁ ୧୦୭୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୬୫୯ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ୨୯ ଟି ଜିଲାରୁ କୋଭିଡ଼-୧୯ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩୪୨ ଜଣ ଚିହ୍ନଟ ହୋଇଛନ୍ତି। ଏହିପରି ଗଞ୍ଜାମ ଜିଲ୍ଲା ରୁ ୨୨୨ ଜଣ ଆକ୍ରାନ୍ତ ହୋଇଛନ୍ତି । କଟକରୁ ୧୭୭ ଜଣ,କନ୍ଧମାଳ ଜିଲ୍ଲାରୁ ୫୯ ଜଣ,କୋରାପୁଟରୁ ୬୦ ଜଣ, କେନ୍ଦ୍ରାପଡ଼ାରୁ ୨ ଜଣ ,କେଉଁଝରରୁ ୨୭ ଜଣ ଓ କଳାହାଣ୍ଡିରୁ ୨୪ ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୧୪ ଜଣ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାୟଗଡା ଜିଲ୍ଲା ରୁ ୧୮ ଜଣ, ଯାଜପୁର ଜିଲ୍ଲାରୁ ୩୮ ଜଣ ,ଜଗତସିଂହପୁରରୁ ୧୨ ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୬ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ବରଗଡ଼ରୁ ୫୧ ଜଣ, ବାଲେଶ୍ଵରରୁ ୭୩ ଜଣ ,ବଲାଙ୍ଗୀରି ଜିଲ୍ଲାରୁ ୬ ଜଣ ଏବଂ ଭଦ୍ରକ ଜିଲ୍ଲାରୁ ୫୮ ଜଣ ସଂକ୍ରମିତ ହୋଇଛନ୍ତି। ଗଜପତିରୁ ୮୫ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୫୫ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୧୦୬ ଜଣ ,ନବରଙ୍ଗପୁରରୁ ୧୩ ଜଣ ଓ ନୂଆପଡ଼ା ରୁ ୨୨ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି, ଢେଙ୍କାନାଳରୁ ୨୯ ଜଣ ଓ ଦେଓଗଢ଼ ରୁ ୫ ଜଣ ସଂକ୍ରମିତ ହୋଇଛନ୍ତି। ଅନୁଗୋଳରୁ ୪ ଜଣ ସଂକ୍ରମିତ ହୋଇଛନ୍ତି। ମୟୁରଭଞ୍ଜରୁ ୩୫ ଜଣ ଓ ମାଲକାନଗିରିରୁ ୫୨ ଜଣ ସଂକ୍ରମିତ ହୋଇଛନ୍ତି।
ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୬ ଲକ୍ଷ ୫୦ ହଜାର ୧୮୩ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୪୫ ହଜାର ୯୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୦ ହଜାର ୨୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ୧୫ ହଜାର ୩୬୫ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।