Breaking Newsଓଡ଼ିଶା

ମଦଦୋକାନ ରେ କରୋନା

Share this:

ଅନୁଗୋଳ : ଅନୁଗୋଳ ସହରର ଏକ ମଦ ଦୋକାନକୁ ନେଇ ଗୋଷ୍ଠୀ ସଂକ୍ରମଣ ହେବା ଆଶଙ୍କା ଦେଖାଦେଇଛି। ଏହି ମଦ ଦୋକାନ ଏବେ ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି। ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ମଦ ଦୋକାନକୁ ସିଲ୍‌ କରାଯାଇଥିବା ଜଣାପଡ଼ିଛି।

ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗର ଦୁଇ ଜଣ ବରିଷ୍ଠ ଅଧିକାରୀ ସଂକ୍ରମିତ ହୋଇଥିବା ଚିହ୍ନଟ‌ ହେବାପରେ କାର୍ଯ୍ୟାଳୟକୁ ସିଲ୍‌ କରା ଯାଇଛି। ଅନୁଗୋଳ ମୁଖ୍ୟ ଅବକାରୀ କାର୍ଯ୍ୟାଳୟକୁ ସାନିଟାଇଜ କରାଯାଇଛି। ଏଥିସହିତ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ହୋମ କ୍ୱାରାଣ୍ଟାଇନ୍‌ ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଅବକାରୀ ଅଧୀକ୍ଷକ ଓ ଅବକାରୀ ଇନ୍‌ସପେକ୍ଟର କେମିତି ଆକ୍ରାନ୍ତ ହେଲେ ତାହା ଜଣାପଡ଼ି ନଥିଲେ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଏହି  ବିଦେଶୀ ମଦ ଦୋକାନର କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଯାଉଛି।  ସଂପୃକ୍ତ କର୍ମଚାରୀ ବିଭାଗୀୟ କାମରେ ଅବକାରୀ କାର୍ଯ୍ୟାଳୟକୁ ଆସିଥାନ୍ତି।

ସୂଚନା ଯୋଗ୍ୟ ଗତ ୧୯ ତାରିଖରେ ମଦ କାଉଣ୍ଟରର ୩ ଜଣ କର୍ମଚାରୀ ପଜିଟିଭ୍‌ ବାହାରିଥିଲେ। ସଂକ୍ରମିତ ଙ୍କ ମଧ୍ୟରେ ମଦ ଦୋକାନ ମାଲିକଙ୍କ ଗାଡ଼ି ଚାଳକ ଓ ତାଙ୍କ ପତ୍ନୀ କରୋନା ସଂକ୍ରମିତ ହୋଇଛନ୍ତି। ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ୩ ଜଣ ପଜିଟିଭ୍‌ ନେଇ ସୂଚନା ଦିଆଯାଇଛି। ଆକ୍ରାନ୍ତ ଡ୍ରାଇଭର ଓ ତାଙ୍କ ପତ୍ନୀଙ୍କୁ ନେଇ ମଧ୍ୟ ସ୍ଥାନୀୟ ସଂକ୍ରମଣ ଆଶଙ୍କା ରହିଛି। ଗାଡ଼ି ଚାଳକ ଓ ତାଙ୍କ ପତ୍ନୀ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିବା କୁହାଯାଉଛି।ସେହିପରି ମଦ ବ୍ୟବସାୟୀଙ୍କ ଅଫିସ୍‌ ସିଲ୍‌ କରାଯିବା ସହ ତାଙ୍କ ଘର ମଧ୍ୟ ସିଲ୍‌ ହୋଇଛି।

From The Web

Share this: