Odisha Covid Updates: ରାଜ୍ୟରେ ପୁଣି ବଢିଲା କରୋନା, ଆଜି ୨୦୮୫ ଜଣ ପଜିଟିଭ ଚିହ୍ନଟ
ଭୁବନେଶ୍ଵର: ଓଡ଼ିଶା (Odisha) ରେ କରୋନା (Coronavirus) ସଂକ୍ରମିତ ବଢିଛି। ଗତ ୨୪ ଘଣ୍ଟାରେ ୨ ହଜାର ୮୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟର (Quarantine) ରୁ ୧୧୯୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୮୮୭ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ସର୍ବାଧିକ ୫୨୮ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୭୩ଜଣ, ବାଲେଶ୍ଵରରୁ ୧୧୩ଜଣ, ବରଗଡ଼ରୁ ୧୫ଜଣ, ଭଦ୍ରକରୁ ୧୭୩ଜଣ, ବଲାଙ୍ଗୀରିରୁ ୭ଜଣ, ବୌଦ୍ଧରୁ ୩ଜଣ, କଟକରୁ ୨୧୦ଜଣ, ଦେଓଗଡ଼ରୁ ୪ଜଣ, ଢେଙ୍କାନାଳରୁ ୪୧ଜଣ, ଗଜପତିରୁ ୧୯ଜଣ, ଗଞ୍ଜାମରୁ ୧୪ଜଣ, ଜଗତସିଂପୁରରୁ ୧୦୮ ଜଣ, ଯାଜପୁରରୁ ୧୩୨ଜଣ, ଝାରସୁଗୁଡାରୁ ୨ଜଣ, କଳାହାଣ୍ଡିରୁ ୧୦ଜଣ, କନ୍ଧମାଳରୁ ୧୮ଜଣ, କେନ୍ଦ୍ରାପଡ଼ାରୁ ୯୪ଜଣ, କେଉଁଝରରୁ ୨୪ଜଣ, କୋରାପୁଟରୁ ୧୬ଜଣ, ମାଲକାନଗିରିରୁ ୧୯ଜଣ, ମୟୁରଭଞ୍ଜରୁ ୮୪ଜଣ, ନବରଙ୍ଗପୁରରୁ ୧୮ଜଣ, ନୟାଗଡ଼ରୁ ୬୦ଜଣ, ନୂଆପଡ଼ାରୁ ୫ଜଣ, ପୁରୀରୁ ୧୦୬ଜଣ, ରାୟଗଡାରୁ ୧୪ଜଣ, ସମ୍ବଲପୁରରୁ ୩୬ଜଣ, ସୋନପୁରରୁ ୪ଜଣ, ସୁନ୍ଦରଗଡରୁ ୨୫ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୧୧୦ଜଣ ସଂକ୍ରମିତ ହୋଇଛନ୍ତି।
ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୫୨ ଲକ୍ଷ ୬ ହଜାର ୩୩୮ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୯ ଲକ୍ଷ ୫୮ ହଜାର ୫୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୨ ହଜାର ୨୪୮ ଜଣ ସୁସ୍ଥ ହେବା ସହିତ ମୋଟ ୯ ଲକ୍ଷ ୩୨ ହଜାର ୬୬୬ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୦ ହଜାର ୧୬୮ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।
[amazon_auto_links id=”9932″]
Also Read | OAS Preliminary Exam: ଆସନ୍ତା ଅଗଷ୍ଟ ୨୭ରେ ଓଏଏସ ପ୍ରିଲିମିନାରୀ ପରୀକ୍ଷା