ଜାତୀୟ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Share this:

ଭୁବନେଶ୍ୱର : ୭୪ତମ ସ୍ଵାଧୀନତା ଦିବସ ଶୁଭ ଅବସରରେ ପ୍ରଦର୍ଶନୀ ପଡ଼ିଆରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ପାଳନ କରାଯାଇଛି। ପତାକା ଉତ୍ତୋଳନ ସହ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇଛନ୍ତି। ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ମଧୁସୁଦନ ଦାସ, ବୀର ସୁରେନ୍ଦ୍ର ସାଏ, ଗୋପବନ୍ଧୁ ଦାସ, ମାଳତୀ ଚୌଧୁରୀ, ନବକିଶୋର ଚୌଧୁରୀ, ସହିଦ ଲକ୍ଷ୍ମଣ ନାୟକ, ପାର୍ବତୀ ଦେବୀ, ରମା ଦେବୀ, ଡଃ ହରେକୃଷ୍ଣ ମହତାବ ଓ  ବିଜୁ ପଟ୍ଟନାୟକଙ୍କ ପରି ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି ଯେ କରୋନା ଯୋଦ୍ଧାଙ୍କ କାର୍ଯ୍ୟ, ତ୍ୟାଗ ଓ ସେବା ଅତୁଳନୀୟ। କରୋନା ଯୋଦ୍ଧାଙ୍କ ପାଇଁ ସାରା ଦେଶ ଅପେକ୍ଷା ଆମର ମୃତ୍ୟୁ ହାର କମ ରହିଛି। କରୋନା ମୁକାବିଲା ପାଇଁ ସରକାର ବିଭିନ୍ନ କୋଭିଡ଼ ହସ୍ପିଟାଲର ବ୍ୟବସ୍ଥା କରିଛନ୍ତି। ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ ଏବଂ କେହି ମଧ୍ୟ ଟଙ୍କା ଅଭାବରୁ କରୋନା ଚିକିତ୍ସାରୁ ବଞ୍ଚିତ ହେବେ ନାହିଁ। କରୋନା ଆକ୍ରାନ୍ତଙ୍କୁ ସବୁ ସୁବିଧା ମାଗଣାରେ ଯୋଗାଇ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ପ୍ଲାଜମା ଥେରାପି ଚିକିତ୍ସା ପାଇଁ ପ୍ଲାଜମା ବ୍ୟାଙ୍କ ହୋଇଛି। ଓଡ଼ିଶା କି ଭାରତ ନୁହେଁ ସାରା ବିଶ୍ୱ ପାଇଁ ସଙ୍କଟ ଆଣିଛି କରୋନା। ଜୀବିକା ,ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥନୀତି,ପରିବହନ ସେବା ପ୍ରଭାବିତ ହୋଇଛି। କୃଷି, ନିର୍ମାଣ ଓ କର୍ମ ସଂସ୍ଥାନ ସୃଷ୍ଟି ପାଇଁ ସରକାର କାର୍ଯ୍ୟ କରୁଛନ୍ତି। ଓଡ଼ିଶାକୁ ୧୨ ହଜାର କୋଟିର ପୁଞ୍ଜି ନିବେଶ ପ୍ରସ୍ତାବ ଆସିଛି। ଦେଶରେ କୃଷି କ୍ଷେତ୍ରରେ ବିକାଶ ହାର ୨.୮୦% ରହିଥିବା ବେଳେ ରାଜ୍ୟରେ କୃଷି କ୍ଷେତ୍ରରେ ବିକାଶ ହାର ୭.୬୧% ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Share this: