ଏକ କେଜି ଟମାଟୋର ଦାମ ୫୮୦ ଟଙ୍କା!ଏମିତି ଏକ ସ୍ଥାନ ଭାରତରେ ଅଛି

Share this:

ଭାରତରେ ଏମିତି ଏକ  ସ୍ଥାନ ଅଛି ଯେଉଁଠି ଏକ କେଜି ଟମୋଟୋର ଦାମ ଶହେ ନୁହେଁ କି ୨ଶହ ନୁହେଁ ପୁରା ୫୮୦ ଟଙ୍କାରେ କିଣାଯାଇଛି। ଏମିତି ଏକ ଘଟଣା ଘଟିଛି ଛତିଶଗଡର କାଂକେରେ ଅଞ୍ଚଳରେ। ଯେଉଁଠାରେ ୨୦ ଟଙ୍କାରେ ବିକ୍ରି ହେଉ ଥିବା ଟମାଟୋ ସରକାରଙ୍କୁ ୫୮୦ ଟଙ୍କାରେ ବିକ୍ରି କରାଯାଇଥିଲା। ଛତିଶଗଡର କାଂକେରର ଏକ କ୍ୱାରାଣ୍ଟିନ୍ ସେଣ୍ଟରରେ ପନିପରିବା ଏବଂ ଫଳ କ୍ରୟ ନାମରେ ବଡ ସ୍କାମର ମାମଲା ସାମ୍ନାକୁ ଆସିଛି। ବର୍ତ୍ତମାନ ଜିଲ୍ଲା କଲେକ୍ଟର ଏ ବିଷୟରେ ଏକ ଯାଞ୍ଜ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରକୃତରେ ଏହି ଆଶ୍ଚର୍ଯ୍ୟଜନକ ମାମଲା କାଂକେର ଜିଲ୍ଲାର ଇମଲିପାରା କ୍ୱାରାଣ୍ଟିନ୍ କେନ୍ଦ୍ରରେ ଘଟିଛି। ଏଠାରେ ଅନ୍ୟ ରାଜ୍ୟରୁ ଆସୁଥିବା ଶ୍ରମିକ ଏବଂ ଛାତ୍ରମାନେ ରହୁଥିଲେ। ଏଠାରେ ଥିବା କର୍ମଚାରୀମାନେ ସେଣ୍ଟରରେ  ରହୁଥିବା ଲୋକଙ୍କୁ ଖାଇବାକୁ ଦେବା ପାଇଁ ଏକ ବିଲ୍ କରିଛନ୍ତି। ଏହି ବିଲରେ ପନିପରିବା ପାଇଁ ଟମାଟୋ କିଲୋ ପିଛା ୫୮୦ଟଙ୍କା ପଡିଛି ଯାହାକି  ସେଠାରେ ଟମାଟୋର ସର୍ବାଧିକ ମୂଲ୍ୟ କିଲୋ ପ୍ରତି ୨୦ ଟଙ୍କା ଅଛି।

ଏହି କ୍ୱାରାଣ୍ଟିନ୍ ସେଣ୍ଟରରେ ଖାଦ୍ୟ ସାମଗ୍ରୀର ଦାୟିତ୍ ସ୍ଥାନୀୟ ଜିଲ୍ଲା ପ୍ରଶାସନ ଆଦିବାସୀ କଲ୍ୟାଣ ବିଭାଗକୁ ହସ୍ତାନ୍ତର କରିଥିଲେ। କିନ୍ତୁ ବିଭାଗ ବଜାର ଦର ଠାରୁ ବହୁ ଗୁଣ ମୂଲ୍ୟର ଖାଦ୍ୟ ସାମଗ୍ରୀ ବିଲ୍ କରିଥିଲା। କେବଳ ଏତିକି ନୁହେଁ ଜିଲ୍ଲା ପ୍ରଶାସନ ମଧ୍ୟ ଏଥିପାଇଁ ଅର୍ଥ ପ୍ରଦାନ କରିଥିଲେ। ଯେଉଁଥିରେ କ୍ୱାରାଣ୍ଟିନ୍ ସେଣ୍ଟରରେ ଲକଡାଉନ ସମୟରେ ୧ କୋଟି ୨୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାଯାଇଛି।

ବର୍ତ୍ତମାନ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସରକାରଙ୍କ ସଂସଦୀୟ ସଚିବ ଶିଶୁପାଲ ସୋରି ବଜାର ଅପେକ୍ଷା ମହଙ୍ଗା ଦ୍ରବ୍ୟର ବିଲ୍ ଉପରେ କ୍ୱାରାଣ୍ଟିନ୍ ସେଣ୍ଟରର କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେ କହିଛନ୍ତି  କେନ୍ଦ୍ରର ଅଧିକାରୀମାନେ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଛନ୍ତି।

Also Read:

Share this: