Breaking Newsଓଡ଼ିଶାଶିକ୍ଷା ଓ ନିଯୁକ୍ତି ସିବିଏସଇ ଦଶମ ପରୀକ୍ଷାରେ ୯୧.୪୬ % ପାସ୍, ଆଗରେ କେନ୍ଦ୍ରିୟ ବିଦ୍ୟାଳୟ July 15, 2020 MahimaLive 15 Views CBSE, CBSE 1OTH RESULT, CBSE RESULTS, CENTRAL SCHOOL, DIGILOCKER, KENDRIYA VIDYALAYA, RESULT, SMS, WEBSITE 0 min read Share this: ସିବିଏସଇ ଦଶମ ଫଳାଫଳ ୨୦୨୦ ଘୋଷଣା କରାଯାଇଛି। ଏହି ବର୍ଷର ପରୀକ୍ଷାରେ ୧୮.୭୩ ଲକ୍ଷ ଛାତ୍ରଛାତ୍ରୀ ଥିଲେ । ସେଥିରୁ ୯୧.୪୬ ପ୍ରତିଶତ ପ୍ରାର୍ଥୀଙ୍କୁ ଚଳିତ ବର୍ଷ ପାସ୍ ଘୋଷଣା କରାଯାଇଛି। ଯେଉଁଥିରେ ୯୩.୩୧% ଛାତ୍ରୀ ଏବଂ ୯୦.୧୪ % ଛାତ୍ର ପାସ୍ କରିଛନ୍ତି ଚଳିତ ବର୍ଷର ପରୀକ୍ଷାରେ କେନ୍ଦ୍ରିୟ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ସର୍ବାଧିକ ପାସ କରିଛନ୍ତି। ଏଠାରେ ୯୯.୨୩% ଛାତ୍ରଛାତ୍ରୀ ସଫଳ ହୋଇଥିବାବେଳେ ଜବାହର ବିଦ୍ୟାଳୟ ଦ୍ୱିତୀୟ ସ୍ଥାନରେ ଅଛି। ଏଠାରେ ୯୮.୬୬% ଛାତ୍ରଛାତ୍ରୀ ପାସ୍ କରିଛନ୍ତି। କରୋନା ଭାଇରାଲ ହେତୁ ଚଳିତ ବର୍ଷ ବାକି ପରୀକ୍ଷା ବାତିଲ କରାଯାଇଥିଲା। ଏଭଳି ପରିସ୍ଥିତିରେ ବିକଳ୍ପ ମୂଲ୍ୟାଙ୍କନ ବ୍ୟବସ୍ଥାର ଫଳାଫଳ ପ୍ରକାଶ ପାଇଛି। ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ମାନଦଣ୍ଡ ଉପରେ ଆଧାର କରି ଛାତ୍ରଛାତ୍ରୀ ମାନଙ୍କୁ ନମ୍ବର ଦିଆଯାଇଛି। ଫଳାଫଳ କୁ ଜାଣିବା ପାଇଁ ଛାତ୍ରଛାତ୍ରୀ cbseresults.nic.in କିମ୍ବା cbse.nic.inକୁ ଯାଇ ଦେଖିପାରିବେ।ଏଥର ସିବିଏସ୍ଇ ଡିଜିଟାଲ ଲକର୍ ଆପ ମାଧ୍ୟମରେ ମାର୍କସିଟ୍, ସ୍ଥାନାନ୍ତରଣ ପ୍ରମାଣପତ୍ର ଏବଂ ପାସ୍ ସାର୍ଟିଫିକେଟ୍ ଭଳି ଡିଜିଟାଲ୍ ଶିକ୍ଷାଗତ ଦଲିଲ ପ୍ରଦାନ କରାଯିବ। ଡିଜି ଲକର୍(digilocker) ଆକାଉଣ୍ଟର ସବିଶେଷ ତଥ୍ୟ ସିବିଏସଇ ରେ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ଏସଏମଏସ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ପଠାଯିବ। FROM THE WEB Share this: