Breaking Newsଓଡ଼ିଶାଶିକ୍ଷା ଓ ନିଯୁକ୍ତି ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ପରୀକ୍ଷାଫଳ; ଭୁବନେଶ୍ୱର ଜୋନରେ ପାସହାର ୯୧.୪୬ ପ୍ରତିଶତ July 13, 2020 MahimaLive Share this: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦ୍ୱାଦଶ ଫଳାଫଳ ଘୋଷଣା କରିଛି। ଛାତ୍ରଛାତ୍ରୀମାନେ cbseresults.nic.in ରୁ ଫଳାଫଳ ଯାଞ୍ଚ କରିପାରିବେ। ସିବିଏସ୍ଇ ଫଳାଫଳ ପ୍ରକାଶ କରିବାର ଅଧିକ ସମୟ ଅତିବାହିତ ହୋଇଛି, କିନ୍ତୁ ଏପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ସେମାନଙ୍କର ଫଳାଫଳ ଦେଖିପାରୁ ନାହାଁନ୍ତି। ସାଇଟ୍ ଏବଂ ଆପ୍ କ୍ରାସ୍ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ, ସିବିଏସ୍ଇ ବୋର୍ଡ କହିଛି ଯେ ସିବିଏସଇ ଫଳାଫଳକୁ ନେଇ ବୈଷୟକ ସମସ୍ୟା ରହିଛି। ସମସ୍ତ ୱେବସାଇଟ୍ ପୁନଃ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ତଥାପି, ସମସ୍ତ ବିଦ୍ୟାଳୟକୁ ସମ୍ପୂର୍ଣ୍ଣ ଫଳାଫଳ ପଠାଯାଇଛି ଏବଂ ପ୍ରତ୍ୟେକ ବିଦ୍ୟାଳୟ ପାଇଁ ଜାରି ହୋଇଥିବା ଇ-ମେଲ୍ ଦ୍ଵାରା ପରୀକ୍ଷା ଫଳ ଦେଖିହେବ। ଛାତ୍ରୀଛାତ୍ରମାନେ ବିଦ୍ୟାଳୟରୁ ସେମାନଙ୍କର ଫଳାଫଳ ପାଇପାରିବେ। ଏହା ସହିତ ଫଳାଫଳଗୁଡିକ ଡିଜିଲକର୍ ମାଧ୍ୟମରେ ମଧ୍ୟ ଦେଖାଯାଇପାରେ। ବୋର୍ଡ ଦେଇଥିବା ସୂଚନା ଅନୁଯାୟୀ, ୮୮.୭୮ ପ୍ରତିଶତ ଛାତ୍ରଛାତ୍ରୀ ଚଳିତ ବର୍ଷ ଦ୍ୱାଦଶ ସିବିଏସ୍ଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଚଳିତ ବର୍ଷ ତ୍ରିଭାନ୍ଦ୍ରମ, ବେଙ୍ଗାଲୁରୁ ଏବଂ ଚେନ୍ନାଇ ପ୍ରଦର୍ଶନ ଦୃଷ୍ଟିରୁ ଶ୍ରେଷ୍ଠ ତିନି ସ୍ଥାନ ଅଧିକାର କରିଛି। ତ୍ରିଭାନ୍ଦ୍ରମ ଅଞ୍ଚଳରେ ସର୍ବାଧିକ ପାସ୍ ହୋଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ହେଉଛି ୯୭.୬୭ ପ୍ରତିଶତ। ପାଟନା ଅଞ୍ଚଳର ସର୍ବନିମ୍ନ ପ୍ରତିଶତ ୭୪.୫୭ ପ୍ରତିଶତ ରହିଛି। ଏ ବର୍ଷ ସିବିଏସଇ ତରଫରୁ ଟପ୍ପରଙ୍କ ନାମ ଏଥର ଘୋଷଣା କରାଯାଇନାହିଁ। ଛାତ୍ରୀଛାତ୍ରମାନେ ୪୮ଘଣ୍ଟା ମଧ୍ୟରେ ସେମାନଙ୍କର ଡିଜିଟାଲ ମାର୍କସିଟ୍ ଅନଲାଇନରେ ଡାଉନଲୋଡ୍ କରିପାରିବେ। ସିବିଏସଇ ପକ୍ଷରୁ ଡିଜିଲକର ଏବଂ ଉମାଙ୍ଗ ଆପ୍ ସହିତ ବିଭିନ୍ନ ଡିଜିଟାଲ୍ ପ୍ଲାଟଫର୍ମରେ ମାର୍କସିଟ୍ ଅପଲୋଡ୍ କରାଯାଇଛି। ଡିଜିଲକର ରୁ ମାର୍କସିଟ୍ ଡାଉନଲୋଡ୍ କରିବା ପାଇଁ ପ୍ରଥମେ digilocker.gov.in କୁ ଯାଆନ୍ତୁ କିମ୍ବା ଆପଣଙ୍କର ସ୍ମାର୍ଟ ଫୋନରେ ଆପ୍ ଡାଉନଲୋଡ୍ କରନ୍ତୁ ଓ ପରେ ମାର୍କସିଟ୍ ଡାଉନଲୋଡ୍ କରିପାରିବେ। FROM THE WEB Share this: