ବିହାରର ଗୋପାଳଗଞ୍ଜ ଜିଲ୍ଲାରେ୨ଶହ ୬୩ କୋଟି ଟଙ୍କା ମୂଲ୍ୟରେ ଗଣ୍ଡକ ନଦୀ ଉପରେ ନିର୍ମିତ ସତ୍ତରା ଘାଟ ସେତୁ ଭୁଷୁଡି ପଡିଛି। ଏହି ସେତୁକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଉଦଘାଟନ କରିଥିଲେ।
ବିହାରର ଗୋପାଳଗଞ୍ଜ ଜିଲ୍ଲାରେ ଗଣ୍ଡକ ନଦୀ ଉପରେ ୨୬୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ସତ୍ତରା ଘାଟ ସେତୁର ଏକ ଅଂଶ ଭାଙ୍ଗି ନଦୀରେ ଭାସିଯାଇଛି। ବ୍ରିଜ ଭାଙ୍ଗିବା ପରେ ବିହାର ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ସରକାର କହିଛନ୍ତି ଯେ ସତ୍ତରା ଘାଟ ପୋଲ ନଷ୍ଟ ହୋଇଯାଇଥିବା ଖବର ମିଥ୍ୟା ଅଟେ।
ସରକାର ନିଜ ବିବୃତ୍ତିରେ କହିଛନ୍ତି ଯେ, ସତ୍ତରା ଘାଟ ମୁଖ୍ୟ ସେତୁଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଥିବା ଗୋପାଳଗଞ୍ଜ ଆଡକୁ ୧୮ମିଟର ଲମ୍ବ ଏକ ଛୋଟ ବ୍ରିଜର ପ୍ରବେଶ ପଥ କଟାଯାଇଛି। ଏହି ଛୋଟ ସେତୁ ଟି ଗଣ୍ଡକ ନଦୀର ବନ୍ଧ ଭିତରେ ଅବସ୍ଥିତ। ଯେହେତୁ ଗଣ୍ଡକ ନଦୀ ଜଳର ଚାପ ଗୋପାଳଗଞ୍ଜ ଆଡକୁ ଅଧିକ ଏହି କାରଣରୁ ସେତୁର ରାସ୍ତା ଅଂଶ କଟାଯାଇଛି। ହଠାତ ଜଳ ଚାପ ଯୋଗୁଁ ଏହା ଘଟିଛି ବୋଲି ରାଜ୍ୟ ସରକାର କହିଛନ୍ତି। ଏହି କ୍ଷୟ ବ୍ରିଜର ଗଠନକୁ କ୍ଷତି ପହଞ୍ଚାଇ ନାହିଁ ଓ ମୁଖ୍ୟ ସତ୍ତରା ଘାଟ ବ୍ରିଜ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି। ଏହି ଯୋଜନାରେ କୌଣସି ଅନିୟମିତତା ନାହିଁ ବୋଲି ବିବୃତ୍ତିରେ କୁହାଯାଇଛି। ଏହା ଏକ ପ୍ରାକୃତିକ ବିପର୍ଯ୍ୟୟ।
ମନ୍ତ୍ରୀ ନନ୍ଦ କିଶୋର କହିଛନ୍ତି ଯେ ସତ୍ତରା ଘାଟ ରେ ଥିବା ସେତୁ ସମ୍ପୂର୍ଣ୍ଣ ସୁରକ୍ଷିତ। ସତ୍ତରା ଘାଟ ବ୍ରିଜଠାରୁ ଦୁଇ କିଲୋମିଟର ଦୂରରେ ଥିବା ଆପ୍ରୋଚ ରାସ୍ତା ଟି ଜଳ କ୍ଷୟ ହେତୁ ଧୋଇ ହୋଇଯାଇଛି। ଏହା ଏକ ପ୍ରାକୃତିକ ବିପର୍ଯ୍ୟୟ। ସେ କହିଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟ ହେତୁ ଏହି ବିପର୍ଯ୍ୟୟ ଘଟିଛି। ଆରଜେଡି ଏହା ଉପରେ ରାଜନୀତି କରିବା ଉଚିତ୍ ନୁହେଁ। କ୍ଷୟକ୍ଷତିର ଆକଳନ କରାଯାଉଛି ଓ ଭଙ୍ଗା ଅଂଶକୁ ଶୀଘ୍ର ଠିକ୍ କରି ଦିଆଯିବ।
ସେତୁ ଭାଙ୍ଗିବା ନେଇ ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ଙ୍କୁ ଘେରିଛନ୍ତି। ତେଜସ୍ୱୀ ଟୁଇଟ୍ କରି କହିଛନ୍ତି, ୮ ବର୍ଷରେ ୨୬୩ କୋଟି ଟଙ୍କା ରେ ନିର୍ମାଣ କରାଯାଇଥିଲା କିନ୍ତୁ ମାତ୍ର 29 ଦିନ ମଧ୍ୟରେ ସେତୁ ଭୁଶୁଡି ପଡିଲା।
ସୂଚନାଯୋଗ୍ୟ ,ଗତ ମାସରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହାକୁ ଉଦଘାଟନ କରିଥିଲେ। ଏହି ସେତୁ ମାତ୍ର 29 ଦିନ ମଧ୍ୟରେ ନଦୀରେ ମିଶିଗଲା