ସିବିଏସଇ ଦଶମ ପରୀକ୍ଷାଫଳ ପ୍ରକାଶିତ, ସପ୍ତମ ସ୍ଥାନରେ ଭୁବନେଶ୍ଵର ଜୋନ

Share this:

ତ୍ରିଭେନ୍ଦ୍ରମ ଜୋନ ସର୍ବାଧିକ ପାସହାର
• ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସହାର ଅଧିକ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ ଦଶମ ପରୀକ୍ଷା ଫଳ ଘୋଷଣା କରାଯାଇଛି। ଏହି ପରୀକ୍ଷା ଗତ ୧୫  ଫେବୃଆରୀ ୨୦୨୦  ରୁ ୨୦ ମାର୍ଚ୍ଚ ମଧ୍ୟରେ ୧୯,୨୨୮ ବିଦ୍ୟାଳୟ ର ଛାତ୍ରଛାତ୍ରୀ କୁ ନେଇ  ୪,୯୭୪ ଟି ପରକ୍ଷା କେନ୍ଦ୍ରରେ  ଅନୁଷ୍ଠିତ  ହୋଇଥିଲା।

ସମସ୍ତ ଜୋନ ମଧ୍ୟରେ ତ୍ରିଭେନ୍ଦ୍ରମ ଜୋନ ପାସ ହାର ସର୍ବାଧିକ ରହିଛି। ଏହି ଜୋନ ମୋଟ ପାସ ହାର ୯୯.୨୮ପ୍ରତିଶତ ଥିବା ବେଳେ ଚେନ୍ନାଇ ଦ୍ଵିତୀୟ ସ୍ଥାନରେ ୯୮.୯୫ ପ୍ରତିଶତ ପାସ ହାର ହାସଲ କରିଛି। ସେହିପରି ବେଙ୍ଗାଲୁରୁ ଜୋନ ୯୮.୨୩ ପ୍ରତିଶତ ପାସ ହାର ସହିତ ତୃତୀୟସ୍ଥାନରେ ରହିଛି। ଅନ୍ୟପକ୍ଷରେ ଭୁବନେଶ୍ଵର ଜୋନ ୯୩.୨୦ ପ୍ରତିଶତ ପାସ ହାର ସହିତ ସପ୍ତମ ସ୍ଥାନରେ ରହିଛି।

ଚଳିତ ଥର ମୋଟ ୧୮,୭୩,୦୧୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭,୧୩,୧୨୧ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଚଳିତ ବର୍ଷ ହାରାହାରୀ ପାସହାର ୯୧.୪୬ ପ୍ରତିଶତ ରହିଛି।

ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର   ଅଧିକ ରହିଛି। ଏଥର ଛାତ୍ରୀମାନଙ୍କ ପାସ ହାର ୯୩.୩ ପ୍ରତିଶତ ଥିବା ବେଳେ ଛାତ୍ରଙ୍କ ପାସ ହାର ୩.୧୭ ପ୍ରତିଶତ କମ ଅର୍ଥାତ୍ ୯୦.୧୭ ରହିଛି।

Share this: