Breaking Newsଓଡ଼ିଶା

ଭୁବନେଶ୍ଵର ର ୪ଟି ଘରୋଇ ପରୀକ୍ଷାଗାର ରେ କୋଭିଡ଼-୧୯ ର ପରୀକ୍ଷା;ସର୍ବାଧିକ ପରୀକ୍ଷାମୂଲ୍ୟ ୨୨୦୦ ଟଙ୍କା

Share this:

କରୋନା ଭୂତାଣୁ ରୋଗ ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‌ଚୀ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଆଗାମୀ ୪୫ ଦିନ ପର୍ଯ୍ୟନ୍ତ ରାଜ୍ୟର ଗ୍ରାମାଞ୍ଚଳର ପ୍ରତିଟି ଘର ଏବଂ ସହରାଞ୍ଚଳର ବସ୍ତି ଅଞ୍ଚଳରେ ଘରକୁ ଘର ସର୍ଭେ କରାଯିବ। ଆଶାକର୍ମୀମାନେ ପ୍ରତିଟି ଘରକୁ ଯାଇ ପ୍ରତ୍ୟେକଙ୍କ ତଥ୍ୟ ସଂଗ୍ରହ କରିବେ। କୋଭିଡ୍ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ପ୍ରଥମେ କୋଭିଡ୍ କେୟାର ହୋମ୍‌କୁ ପଠାଯିବ। ଯଦି ସେ ପଜିଟିଭ ଚିହ୍ନଟ ହୁଅନ୍ତି, ତେବେ ତାଙ୍କୁ କୋଭିଜ୍ ହସ୍‌ପିଟାଲ୍‌ରେ ଚିକିତ୍ସା କରାଯିବ। କୋଭିଡ୍ ନେଗେଟିଭ ବ୍ୟକ୍ତିମାନେ କ୍ବାରାଣ୍ଟାଇନ୍ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବେ। କୋଭିଡ୍ –୧୯କୁ ପ୍ରତିରୋଧ କରିବା ପାଇଁ ରାଜ୍ୟ ସରକାର ଷ୍ଟ୍ରେସ୍, ଟେଷ୍ଟ ଏବଂ ଟ୍ରିଟ୍ (ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରିବା, ପରୀକ୍ଷଣ ଓ ଚିକିତ୍ସା), ଏହି ତିନୋଟି ବିଷୟ ଉପରେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ତେଣୁ ଲକ୍ଷଣ ପ୍ରକାଶ ପାଇଲେ ଜନସାଧାରଣ ଅଦୌ ଲୁଚାନ୍ତୁ ନାହିଁ। ଯେଉଁମାନଙ୍କର ସାମାନ୍ୟତମ ଲକ୍ଷଣ ପ୍ରକାଶ ପାଉଛି, ସେମାନେ ହୋମ୍  କ୍ବାରାଣ୍ଟାଇନ୍ ନିୟମକୁ କଡ଼ାକଡ଼ି ଭାବେ ଅନୁପାଳନ କରିବାକୁ ସରକାରଙ୍କ ତରଫରୁ ଅନୁରୋଧ କରାଯାଇଛି।

ଏଥିସହିତ ଯଦି କୌଣସି ବ୍ୟକ୍ତି ଆରଟି-ପିସିଆର୍ କୋଭି ପରୀକ୍ଷା କରିବାକୁ ଇଚ୍ଛା ପ୍ରକାଶ କରନ୍ତି, ତେବେ ସେ ଆଇସିଏଆର୍ ଦ୍ଵାରା ଅନୁମୋଦିତ ଭୁବନେଶ୍ଵରର ୪ଟି ଘରୋଇ ପରୀକ୍ଷାଗାର ଯଥା-ଆପୋଲେ। ହସ୍‌ପିଟାଲ୍, ସମ୍ ହସ୍‌ପିଟାଲ୍, ଇଡ଼ିଏନ୍ଏ ଲାଇଫ୍ ସାଇନ୍ସ, ଏବଂ ଜେଏ ଡାଇଙ୍ଗୋଷ୍ଟିରେ ଘରୋଇ ଭାବେ କୋଭିଡ୍ ପରୀକ୍ଷା କରିପାରିବେ। ଏହି ପରୀକ୍ଷାର ସର୍ବାଧୂକ ମୂଲ୍ୟ ୨୨୦୦ ଟଙ୍କା (ଜିଏସ୍‌ଟି ଓ ଆନୁଷଙ୍ଗିକ ଦେୟ ସହ) ଧାର୍ଯ୍ୟ କରାଯାଇଛି।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କ୍ରମେ ଓଡ଼ିଶାକୁ ଫେରି ଆନୁଷ୍ଠାନିକ କ୍ବାରାଣ୍ଟାଇନ୍ ଶେଷ କରିଥିବା ପ୍ରବାସୀମାନଙ୍କୁ ୨୦୦୦ ଟଙ୍କା ଲେଖାଏଁ ପ୍ରୋତ୍ସାହନରାଶି ପ୍ରଦାନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଏ ବାବଦରେ ୬୫ କୋଟି ୭ ଲକ୍ଷ ୯୯ ହଜାର ଟଙ୍କା ପ୍ରଦାନ କରାଯାଇ ସାରିଛି। ଏହି ସମସ୍ତ ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଭରଣା କରାଯାଉଛି।

ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ ଓ କୋଭିତ୍-୧୯ ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ ମଧକୁ ବାହାର ରାଜ୍ୟରୁ ଶ୍ରମଜୀବୀମାନଙ୍କୁ ଆଣି କାମ କରିବାକୁ ଅନୁମତି ଦିଆଯିବ ନାହିଁ। ଉଭୟ ସରକାରୀ ଏବଂ ଘରୋଇ ଶିଳ୍ପ ସଂସ୍ଥା, ନିର୍ମାଣକାରୀ ସଂସ୍ଥା, ହୋଟେଲ୍ ଆଦିରେ କାର୍ଯ୍ୟ କରୁଥିବା ଠିକାଦାର ମାନେ ସ୍ଥାନୀୟ ଶ୍ରମଜୀବୀମାନଙ୍କୁ ନେଇ କାର୍ଯ୍ୟ ଜାରି ରଖିବେ। ଯଦି କୌଣସି ସଂସ୍ଥା ଦ୍ଵାରା ଇତି ମଧ୍ୟରେ ବାହାର ରାଜ୍ୟରୁ ଶ୍ରମଜୀବୀମାନଙ୍କୁ ଅଣାଯାଇ ଥାଏ, ତେବେ ସେମାନଙ୍କୁ ୧୪ ଦିନ ପର୍ଯ୍ୟନ୍ତ ନିଶ୍ଚିତ ଭାବେ କ୍ବାରାଣ୍ଟାଇରେ ରଖିବେ। ଏହି ଶ୍ରମଜୀବୀଙ୍କ ମଧ୍ୟରୁ ଯଦି କାହାର କୋଭିଡ୍ ଲକ୍ଷଣ ପ୍ରକାଶ ପାଏ, ତେବେ ସଂପୃକ୍ତ ସଂସ୍ଥା ନିଜ ଖର୍ଚ୍ଚରେ ଶ୍ରମଜୀବୀଙ୍କ କୋଭିଡ୍ ଟେଷ୍ଟ କରି ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଅବଗତ କରିବେ। ଭୁବନେଶ୍ୱର ମହାନଗର ନିଗମର କମିଶନର ଆଜି ଏ ସଂପର୍କିତ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ରାଜ୍ୟରେ କୋଭିଜ୍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଘନ କରିଥିବା ଅଭିଯୋଗରେ ଜୁଲାଇ ୨ରୁ ଜୁଲାଇ ୩ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୧୦ ଟି ମାମଲା ଦାୟର କରାଯାଇଛି। ଏଥି ମଧ୍ୟରୁ ୭ଟି ମାମଲା ଲକ୍ ଡାଉନ୍ ସଂପର୍କିତ ହୋଇଥିବାବେଳେ ୧ଟି ମାମଲା ହୋମ୍ କ୍ବାରାଣ୍ଟାଇନ୍ ଉଲ୍ଲଘନ, ୧ଟି ଗୁଜବ ପ୍ରଚାର ଏବଂ ୧ଟି ଅନ୍ୟାନ୍ୟ କୋଭିଡ଼ ସଂପର୍କିତ କାରଣ ପାଇଁ ଅଟେ। ଗତକାଲି ୧୮ ଜଣଙ୍କୁ ବିଭିନ୍ନ ଅଭିଯୋଗରେ ଗିରଫ କରାଯାଇଛି।

Share this: