ଆଜି ରାଜଧାନୀ ରେ ପୁଣି ୮୭ ଜଣ କରୋନା ପୋଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜଧାନୀରେ ଆଜି କରୋନା ସଂକ୍ରମିତ ୮୭ ଜଣ ଙ୍କୁ ଚିହ୍ନଟ କରାଯାଇଛି। ବର୍ତ୍ତମାନ ରାଜଧାନୀର ଥିବା ବିଭିନ୍ନ ବସ୍ତି, ହସ୍ପିଟାଲ ଓ ହଟସ୍ପଟ୍ ଜିଲ୍ଲାରୁ ଲୋକମାନଙ୍କ ଆଗମନ ରାଜଧାନୀ ପାଇଁ ବିପଦ ପାଲଟିଛି।
ବିଏମ୍ସି ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୮୭ ଜଣ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ଭିତରୁ ସଙ୍ଗରୋଧରୁ ୪୧ ଜଣ ଓ ସ୍ଥାନୀୟ ଅଞ୍ଚଳ ରୁ ୪୬ ଜଣ ରହିଛନ୍ତି। ୧୧୩୦ ଆକ୍ରାନ୍ତଙ୍କ ମଧ୍ୟରୁ ୪୯୪ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୬୨୪ ଜଣ ସଂକ୍ରମିତ ରହିଛନ୍ତି। ୧୧ଜଣଙ୍କର ମୃତ୍ୟୁ ହୋଇଛି।
କ୍ୱାରାଣ୍ଟାଇନ୍ ରେ ଥିବା ୪୧ ଜଣ ମଧ୍ୟ ରୁ ଏଲଆଇସି କଲୋନୀର ମୈତ୍ରୀବିହାର ରୁ ୨ ଜଣ ମହିଳା ଯାହାଙ୍କ ବୟସ ଯଥାକ୍ରମେ ୨୩ ଓ ୨୫ ବର୍ଷ।, ଆଇଆରସି ଭିଲେଜ୍ ରୁ ୭୦ ବର୍ଷ ବୟସ୍କ ଜଣେ ପୁରୁଷ ,ଗଙ୍ଗନଗର ସ୍ଥିତ ଏସବିଆଇ ଏନଆରଆଇ ଶାଖାରୁ ଜଣେ ପୁରୁଷ ଯାହାଙ୍କ ବୟସ ୬୦ ବର୍ଷ,ବିଜେବି ନଗର ରୁ ୪୫ ବର୍ଷ ବୟସ୍କ ଜଣେ ପୁରୁଷ ,ଡ଼ମଣା ରୁ ୩ ଜଣ ମହିଳା ଯାହାଙ୍କ ବୟସ ଯଥାକ୍ରମେ ୨୭,୨୫ ଓ ୨୧ ବର୍ଷ ଓ ଶାସ୍ତ୍ରୀ ନଗର ଜଣେ ୧୬ ବର୍ଷ ର ମହିଳା ସଂକ୍ରମିତ ହୋଇଛନ୍ତି । ଏ ସମସ୍ତ ପୂର୍ବରୁ ସଂକ୍ରମିତ ବ୍ୟକ୍ତି ଙ୍କ ସଂସ୍ପର୍ଶରେ ଆସିଥିଲେ। ସେହିପରି ପୋଖରିପୋଟ,ନୟାପଲ୍ଲୀ ମହିମା ଢାବା ,ୟୁନିଟ ୯ ,ଲୁଇଶ ରୋଡ଼ ,ୟୁନିଟ୍ ରାଜମହଲ ଛକ ,ରସୁଲଗଡ,ବେହେରା ସାହି ,ସାଇନ୍ସ ପାର୍କ ବସ୍ତି ,ଅସ୍କର ସିଟି ,ବୋମିଖାଲ,ପୁନାମା ଗେଟ ,ଶ୍ରୀରାମ ନଗର,ନୂଆଁଗାଁ ଖରଡ ସାହି ,ବଡଗଡ କେନାଲ ରୋଡ଼ ,ବରମୁଣ୍ଡା ମହିମା ମିଶ୍ର ଲେନ ଓ ପାତ୍ରପଡାରୁ ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି। ୮ ବର୍ଷ ର ବାଳକ ଜଣେ ସଂକ୍ରମିତ ହୋଇଛନ୍ତି ଯେ ମହାରାଷ୍ଟ୍ର ରୁ ଆସିଥିଲେ। ସେହିପରି ବ୍ରିଟ କଲୋନୀ ଓ ବିଜୟଲକ୍ଷ୍ମୀ କଲୋନୀ ରୁ ୩ ଜଣ। କାନନ ବିହାର ରୁ ଗୋଟିଏ ପରିବାର ରୁ ୬ ଜଣ ସଂକ୍ରମିତ ହୋଇଛନ୍ତି।
ସେହିପରି ଲୋକାଲ ସଂକ୍ରମିତ ହେଲେ ରସୁଲଗଡ ରୁ ଜଣେ,କଳିଙ୍ଗ ବିହାର ରୁ ଜଣେ ,ଗୌତମ ନଗର ହରିହର ଏନକ୍ଲଭ ରୁ ୩ ଜଣ ,ବରମୁଣ୍ଡ ରୁ ଜଣେ,କାନନ ବିହାର ରୁ ଜଣେ ,ଶୈଳେଶ୍ରୀ ବିହାର ରୁ ୨ ଜଣ,ନୟାପଲ୍ଲୀ ରୁ ଜଣେ,ଗଙ୍ଗ ନଗର ରୁ ଜଣେ ,ଟଙ୍କ ପାଣି ରୁ ଜଣେ,ପ୍ରାଇଭେଟ ହସ୍ପିଟାଲ ରୁ ଜଣେ ,ନୟାପଲ୍ଲୀ ଗାନ୍ଧୀ ବସ୍ତି ରୁ ଜଣେ,ଜୟଦେବ ବିହାର ରୁ ଜଣେ,ଖଣ୍ଡଗିରୀ ରୁ ଜଣେ,ଜି ଜି ପି କଲୋନୀ ରୁ ଜଣେ,ପାହାଳ ରୁ ଜଣେ,ଦୂରଦର୍ଶନ ପାଖ ରୁ ୨ ଜଣ ,କଳିଙ୍ଗ ନଗର କେ-୭ ରୁ ଜଣେ,ପାତ୍ରପଡା ରୁ ଜଣେ,ଟଙ୍କପାଣି ପାଣ୍ଡବ ନଗର ରୁ ଜଣେ,କଳିଙ୍ଗ ନଗର କେ-୪ ରୁ ଜଣେ,କାନନ ବିହାର ସ୍ବର୍ଣ୍ଣ ପୁରୀ ରୁ ଜଣେ,ଚନ୍ଦ୍ରଶେଖର ପୁର ରୁ ଜଣେ,ଖଣ୍ଡଗିରୀ ଅମୃତୀ ନଗର ରୁ ଜଣେ, ଶାସ୍ତ୍ରୀ ନଗର ୟୁନିଟ ୪ ରୁ ଜଣେ,ପଟିଆ ଅହଲ୍ୟା ନଗର ରୁ ଜଣେ,ଗଙ୍ଗ ନଗର ବସ୍ତି ରୁ ୨ ଜଣ ,କଳିଙ୍ଗ ନଗର ପ୍ରାଇଭେଟ ମେଡ଼ିକାଲ ରୁ ଜଣେ,ଲକ୍ଷ୍ମୀ ସାଗର ରୁ ଜଣେ,ଶବର ସାହି ବସ୍ତି ରୁ ଜଣେ, ଚନ୍ଦ୍ରଶେଖରପୁର ପ୍ରାଚି ଏନକ୍ଲଭ ରୁ ଜଣେ,ଲୁଇଶ ରୋଡ଼ ରୁ ଜଣେ,ତ୍ରିନାଥ ନଗର ବସ୍ତି ନୟାପଲ୍ଲି ରୁ ୪ ଜଣ ,ଜାଗମରା ରୁ ଜଣେ,ୟୁନିଟ ୩ ରୁ ଜଣେ,ପ୍ରାଇଭେଟ ହସ୍ପିଟଲ କର୍ମଚାରୀ ଜଣେ,ଝାରପଡା ରୁ ଜଣେ,ଅଖଣ୍ଡମଣି ବସ୍ତି ରୁ ଜଣେ,ଲକ୍ଷ୍ମୀ ସାଗର ରୁ ଜଣେ ଓ କଳିଙ୍ଗ ବିହାର ରୁ ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।