ଲେବାନାନର ରାଜଧାନୀ ବେରୁଟରେ ବ୍ୟାପକ ବିସ୍ଫୋରଣ ଘଟି ଅନେକ ଆହତ
ଲେବାନାନର ରାଜଧାନୀ ବେରୁଟରେ ମଙ୍ଗଳବାର ଦିନ ଏକ ବଡ଼ ଧରଣର ବିସ୍ଫୋରଣରେ ଅନେକ ଲୋକ ଆହତ ହୋଇଛନ୍ତି।ଲେବାନନର ରାଜ୍ୟ ସମ୍ବାଦ ଏଜେନ୍ସି ଏନଏନଏ ସୂତ୍ରରୁ ପ୍ରକାଶ ଯେ ଏହି ବିସ୍ଫୋରଣ ବନ୍ଦର ଅଞ୍ଚଳରେ ଘଟିଛି ଯେଉଁଠାରେ ଗୋଦାମ ଘରେ ବିସ୍ଫୋରକ ସାମଗ୍ରୀ ରହିଛି। କେଉଁ କାରଣରୁ ବିସ୍ଫୋରଣର କାରଣ ହୋଇଛି କିମ୍ବା ଗୋଦାମରେ କେଉଁ ପ୍ରକାରର ବିସ୍ଫୋରକ ଅଛି ତାହା ସ୍ପଷ୍ଟ ହୋଇନାହିଁ।
ଅପରାହ୍ନରେ ଘଟିଥିବା ଏହି ବିସ୍ଫୋରଣ ରାଜଧାନୀର ଅନେକ ସ୍ଥାନକୁ ଚକିତ କରି ଦେଇଥିଲା ଏବଂ ଘନ କଳା ଧୂଆଁ ସହରରୁ ଉଠିବାକୁ ଲାଗିଲା। ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ ବିସ୍ଫୋରଣ ଏତେ ଦ୍ରୁତ ଗତିରେ ଥିଲା ଯେ ଘରଗୁଡ଼ିକର ଝରକାକାଚ ଓ ଛାତ ଭାଙ୍ଗି ଯାଇଛି। ଏହି ବିସ୍ଫୋରଣ ବେରୁଟ ବନ୍ଦର ପରିସରରେ ଘଟିଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। କେନ୍ଦ୍ରୀୟ ବେରୁଟରେ ମଧ୍ୟ ଭୟଙ୍କର ବିନାଶ ଦେଖିବାକୁ ମିଳିଥିଲା।
Footage of the massive explosion at #Beirut port a short while ago. It's truly frightening! OMG pray for them! 🙏pic.twitter.com/lSRW8ZiLV3
— Figen.. (@TheFigen) August 4, 2020