Breaking Newsଜାତୀୟ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଚଣ୍ଡିଗଡରେ ବ୍ୟାଟେରି ସ୍ୱାପିଂ ସୁବିଧା ଲୋକାର୍ପିତ

Share this:

ବିଦ୍ୟୁତଚାଳିତ ଗାଡିର ସରିଯାଇଥିବା ବ୍ୟାଟେରିକୁ ବଦଳାଇ ଚାର୍ଜ ଥିବା ବ୍ୟାଟେରି ନେଇହେବ

କେନ୍ଦ୍ରମନ୍ତ୍ରୀ ଶ୍ରୀ  ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଯୋଗେ ଚଣ୍ଡିଗଡ ଠାରେ ବିଦ୍ୟୁତ ଚାଳିତ ଗାଡି ପାଇଁ ବ୍ୟାଟେରି ସ୍ୱାପିଂ ସୁବିଧା ଏବଂ କୁଇକ୍ ଇଂଟରଚେଞ୍ଜ୍ ଷ୍ଟେସନର ଲୋକାର୍ପଣ କରିଛନ୍ତି । ଏହି ଭର୍ଚୁଆଲ ଉତ୍ସବ କାର୍ଯ୍ୟକ୍ରମରେ ପଞ୍ଜାବର ରାଜ୍ୟପାଳ ଭି.ପି ସିଂହ ବଦନୋର ଉପସ୍ଥିତ ଥିଲେ ।

ଇଣ୍ଡିଆନ ଅଏଲ ଏବଂ ସନ୍ ମୋବିଲିଟିର ମିଳିତ ଉଦ୍ୟମରେ ଏହା ନିର୍ମାଣ ହୋଇଛି। ଏହି ଷ୍ଟେସନରେ ବିଦ୍ୟୁତଚାଳିତ ଗାଡିର ବ୍ୟାଟେରି ସରିଯାଇଥିଲେ ପୂର୍ବରୁ ଚାର୍ଜ ହୋଇଥିବା ବ୍ୟାଟେରିକୁ ବଦଳାଇ ଗ୍ରାହକମାନେ ଚାର୍ଜ ଥିବା ବ୍ୟାଟେରି ନେଇପାରିବେ।

ପ୍ରଥମ ପର୍ଯ୍ୟାୟରେ ଚଣ୍ଡିଗଡ ଏବଂ ଅନ୍ୟ 20ଟି ସ୍ଥାନରେ ଏହିଭଳି ଷ୍ଟେସନର ପ୍ରତିଷ୍ଠା କରାଯାଇଛି। ବିଦ୍ୟୁତଚାଳିତ ଗାଡିର ରକ୍ଷଣାବେକ୍ଷଣ ର ଖର୍ଚ୍ଚକୁ ଏହା ଦ୍ୱାରା ହ୍ରାସ କରାଯାଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ପେଟ୍ରୋଲିୟମ ମନ୍ତ୍ରଣାଳୟ ଜଳବାୟୁ ପରିବର୍ତନ ପାଇଁ ପଦକ୍ଷେପ ନେବାକୁ ପ୍ରତିଶ୍ରୁତିବଦ୍ଧ। ବ୍ୟାଟେରିଂ ସ୍ୱାପିଂ ସୁବିଧାର ଲୋକାର୍ପଣ ଏ ଦିଗରେ ବଡ ପଦକ୍ଷେପ ଏବଂ ଦେଶର ଅର୍ଥନୀତିକୁ ମଧ୍ୟ ବଢାଇବ। ଆଗାମୀ ଦିନରେ ଭାରତ ଉର୍ଜା କ୍ଷେତ୍ରରେ ପରିବର୍ତ୍ତନର ରାସ୍ତା ନିଜ ଉପାୟରେ ବାହାର କରିବ।

ଭାରତ ସରକାରଙ୍କ ତୈଳ ଏବଂ ଗ୍ୟାସ କମ୍ପାନୀ ଟେକ୍ନୋଲୋଜି ମାଧ୍ୟମରେ ନାଗରିକ ମାନଙ୍କୁ ସ୍ଥାୟୀ, ସୁବିଧାଜନକ ଓ ସୁଲଭ ଉର୍ଜା ପ୍ରଦାନ କରି ଆତ୍ମନିର୍ଭର ଭାରତ ଅଭିଯାନକୁ ମଜବୁତ୍ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Share this: