Breaking NewsCORONA UPDATESଖେଳ ଖବରଜାତୀୟ

ବ୍ୟାଡମିଣ୍ଟନ ଖେଳାଳି ଏନ.ସିକ୍କି ରେଡ୍ଡୀ କୋଭିଡ ପଜିଟିଭ୍ ଚିହ୍ନଟ

Share this:

ହାଇଦ୍ରାବାଦ:ବ୍ୟାଡମିଣ୍ଟନ ଖେଳାଳି ଏନ.ସିକ୍କି ରେଡ୍ଡୀ ଏବଂ ଫିଜିଓଥେରାପିଷ୍ଟ କିରଣ ସି ହାଇଦ୍ରାବାଦସ୍ଥିତ ପୁଲେଲା ଗୋପୀଚାନ୍ଦ ନ୍ୟାସନାଲ ବ୍ୟାଡମିଣ୍ଟନ ଏକାଡେମୀର ଶିବିରରେ ଯୋଗଦେବାକୁ ଆସିଥିଲେ। ଏହି ସମୟରେ  ଉଭୟଙ୍କର କରୋନା ପରୀକ୍ଷା କରାଯାଇଥିଲା ଏବଂ କୋଭିଡ ରିପୋର୍ଟ ପଜିଟିଭ ଥିବା ଜଣାପଡିଛି। ଏହା  ସେତେବେଳେ ଜଣାପଡ଼ିଲା ଯେତେବେଳେ ସାଇ  କରିଥବା ନିୟମ ଅନୁଯାୟୀ ବାଧ୍ୟତାମୂଳକ ଏଠାକୁ ଆସୁଥିବା ସମସ୍ତ ଖେଳାଳି, କୋଚ୍ ଏବଂ ସପୋର୍ଟ ଷ୍ଟାଫଙ୍କ କୋଭିଡ଼ -୧୯ ପରୀକ୍ଷା କରିବାକୁ ପଡିବ।

ସୂଚନାଅନୁସାରେ ଉଭୟ ସିକ୍କି ଏବଂ କିରଣ.ସି  ଏହି ରୋଗର ଲକ୍ଷଣ ଚିହ୍ନଟ ହୋଇନଥିଲା। ଉଭୟ ହାଇଦ୍ରାବାଦର ସ୍ଥାନୀୟ ନାଗରିକ ଏବଂ ନିଜ ଘରୁ ଏହି ଶିବିରରେ ଭାଗ ନେଇଛନ୍ତି। ଏହି ସମୟରେ ପରିମଳ ପାଇଁ ଏକାଡେମୀ ବନ୍ଦ ରହିଛି। ସିକ୍କି ଏବଂ କିରଣଙ୍କ ସହ ଯୋଗାଯୋଗରେ ଥିବା ସମସ୍ତ ଲୋକଙ୍କୁ ଟ୍ରେସିଂ କରାଯାଇଛି ଏବଂ ସେମାନଙ୍କର ଆରଟିଓ PCR ପରୀକ୍ଷା ପୁଣି କରାଯାଉଛି।

ହାଇଦ୍ରାବାଦରୁ ଏହି ସୂଚନା ପ୍ରଦାନ କରି ଜାତୀୟ ବ୍ୟାଡମିଣ୍ଟନ ମୁଖ୍ୟ ପ୍ରଶିକ୍ଷକ ପୁଲେଲା ଗୋପୀଚାନ୍ଦ କହିଛନ୍ତି ଯେ ଜାତୀୟ ବ୍ୟାଡମିଣ୍ଟନ କ୍ୟାମ୍ପରେ ଥିବା ସମସ୍ତ ଆଥଲେଟ୍, କୋଚ୍, ସପୋର୍ଟ ଷ୍ଟାଫ୍ ଏବଂ ପ୍ରଶାସନିକ କର୍ମଚାରୀଙ୍କୁ SAI ର ବାଧ୍ୟତାମୂଳକ କୋଭିଡ୍ ସ୍କ୍ରିନିଂ କରାଯାଇଥିଲା ଏବଂ ଶିବିରର ଦୁଇଜଣ ଅଂଶଗ୍ରହଣକାରୀ କୋଭିଡ-୧୯ ପାଇଁ ପରୀକ୍ଷା କରାଯାଇଥିଲା ଏବଂ ଉଭୟେ କରୋନା ପଜିଟିଭ ବୋଲି ଜଣାପଡ଼ିଲା । ପ୍ରୋଟୋକଲ୍ ଅନୁଯାୟୀ ସମସ୍ତ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରାଯାଉଛି ଯାହା ଦ୍ଵାରା ଖେଳାଳିମାନେ ଯଥାଶୀଘ୍ର ତାଲିମ ପାଇଁ ଏଠାକୁ ଫେରିପାରିବେ।

Share this: