Breaking NewsCORONA UPDATESଜାତୀୟ

କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘବାଲଙ୍କ କରୋନା ପଜିଟିଭ ଚିହ୍ନଟ ,ଏମ୍ସର ଟ୍ରମା କେନ୍ଦ୍ରରେ ଭର୍ତ୍ତି

Share this:

ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘବାଲଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ତାଙ୍କୁ ଚିକିତ୍ସା ପାଇଁ ଏମ୍ସର ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି। ଏନେଇ ଅର୍ଜୁନ ରାମ ମେଘବାଲ ଟ୍ଵିଟ୍ କରି ସୂଚନା ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘବାଲଙ୍କୁ  ୬୦ ବର୍ଷରୁ ଅଧିକ ହୋଇଥିବାରୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପରାମର୍ଶ ଦିଆଯାଇଥିଲା। ଏହି କାରଣରୁ ତାଙ୍କୁ AIIMS ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି। ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି।

ମେଘବାଲ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି, ‘କରୋନାର ପ୍ରାରମ୍ଭିକ ଲକ୍ଷଣ ପରେ ମୁଁ ପରୀକ୍ଷା କରିଥିଲି ଏବଂ ପ୍ରଥମ ପରୀକ୍ଷା ନେଗେଟିଭ ଆସିବା ପରେ ଦ୍ୱିତୀୟ ପରୀକ୍ଷା ଆଜି ପଜିଟିଭ ଆସିଛି। ମୋର ସ୍ୱାସ୍ଥ୍ୟ ଭଲ ଅଛି, କିନ୍ତୁ ଡାକ୍ତରୀ ପରାମର୍ଶରେ ମୋତେ ଏମ୍ସରେ ଭର୍ତ୍ତି କରାଯାଇଛି। ମୁଁ ଅନୁରୋଧ କରୁଛି ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସହିତ ଯୋଗାଯୋଗ କରିଛନ୍ତି, ଦୟାକରି ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ସୂଚନାଯୋଗ୍ୟ ଯେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନାରେ ପୀଡିତ। ଉଭୟଙ୍କୁ ଗୁରୁଗ୍ରାମର ମେଦଂତା  ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Share this: