ଭୁବନେଶ୍ଵର: ରାଜ୍ୟରେ ଆଜି ୩୪୪୩ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୯୩ ହଜାର ୭୭୪ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।
ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୯୫୧ ଜଣ ସୁସ୍ଥ ହୋଇଛନ୍ତି। ସେହିପରି, କଟକ ଜିଲ୍ଲାରୁ ୨୫୧ଜଣ, ମୟୁରଭଞ୍ଜ ୨୧୩ ଜଣ, ଭଦ୍ରକରୁ ୧୬୪ ଜଣ, ଢେଙ୍କାନାଳରୁ ୧୬୧ଜଣ,ରାୟଗଡାରୁ ୧୫୪ ଜଣ,ଗଞ୍ଜାମ ଜିଲ୍ଲାରୁ ୧୪୮ଜଣ, ଯାଜପୁରରୁ ୧୪୪ ଜଣ, ବାଲେଶ୍ଵରରୁ ୧୩୭ ଜଣ, ନୟାଗଡରୁ୧୧୭ ଜଣ, କୋରାପୁଟରୁ୧୧୦ ଜଣ, ଜଗତସିଂପୁରରୁ ୧୦୭ ଜଣ,ପୁରୀରୁ ୧୦୫ ଜଣ,ସମ୍ବଲପୁରରୁ ୧୦୦ ଜଣ, ଝାରସୁଗୁଡାରୁ ୬୭ ଜଣ, ମାଲକାନଗିରି ଜିଲ୍ଲାରୁ ୬୪ ଜଣ,ବଲାଙ୍ଗୀର ଓ କେନ୍ଦ୍ରାପଡାରୁ ୬୧ ଜଣ ଲେଖାଏଁ, ବରଗଡ଼ରୁ ୪୬ ଜଣ, କେଉଁଝରରୁ ୫୪ ଜଣ, ସୋନପୁରରୁ ୪୧ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୩୮ ଜଣ, , ନବରଙ୍ଗପୁରରୁ ୩୩ ଜଣ, କନ୍ଧମାଳରୁ ୨୪ ଜଣ, ନୂଆପଡ଼ା ଓ ଗଜପତିରୁ ୨୩ ଜଣ ଲେଖାଏଁ, କଳାହାଣ୍ଡି ଜିଲାରୁ ୧୨ ଜଣ,ବୌଦ୍ଧରୁ ୧୧ ଜଣ, ଦେଓଗଡରୁ ୮ ଜଣ ଏବଂ ଅନୁଗୋଳରୁ ୫ ଜଣ ସୁସ୍ଥ ହୋଇଛନ୍ତି।
ରାଜ୍ୟରେ ଆଜି ୭କରୋନାରେ ମୃତ୍ୟୁବରଣ କରିଛନ୍ତି। ମୋଟ ମୃତ୍ୟୁ ସଂଖ୍ୟା ୫୩୮ କୁ ବୃଦ୍ଧି ହୋଇଛି।
Also Read:
ଅନୁଭବଙ୍କ ବିରୋଧରେ କୋର୍ଟ ଗଲେ ପତ୍ନୀ ବର୍ଷା,ଘରୋଇ ହିଂସା ଓ ମାନସିକ ଅତ୍ୟାଚାର ଅଭିଯୋଗ
ଓଡ଼ିଶାରେ ପୁଣି ୩୫୪୩ କରୋନା ପଜିଟିଭ ଚିହ୍ନଟ