ଆଜି ରାଜ୍ୟରେ ୧୪୨୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ

Share this:

ଭୁବନେଶ୍ଵର : ରାଜ୍ୟରେ ଆଜି  ଆଉ ୧୪୨୨  ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୭ ହଜାର ୯୦୦କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ୨୫୫ ଜଣ, ଖୋର୍ଦ୍ଧାରୁ ଜିଲ୍ଲାରୁ ୨୨୮ଜଣ, ଗଜପତିରୁ ୧୩୯ଜଣ, ବଲାଙ୍ଗୀରିରୁ ୧୦୦ଜଣ, ସମ୍ବଲପୁର ରୁ ୯୫ଜଣ, କଟକ ଜିଲ୍ଲାରୁ ୭୧ଜଣ, ସୁନ୍ଦରଗଡ ରୁ ୫୭ଜଣ, ପୁରୀରୁ ୪୫ଜଣ,ଭଦ୍ରକରୁ ୪୪ ଜଣ,ରାୟଗଡା ରୁ ୪୨ ଜଣ,ଢେଙ୍କାନାଳରୁ ୩୭ ଜଣ, କନ୍ଧମାଳରୁ ୩୬ ଜଣ, ମାଲକାନଗିରି ଜିଲ୍ଲା ରୁ ୩୩ ଜଣ, କେଉଁଝରରୁ ୩୦ଜଣ,କୋରାପୁଟ ରୁ ୨୯ ଜଣ, ବୌଦ୍ଧ ଓ ନୟାଗଡରୁ ୨୮ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି, ଝାରସୁଗୁଡାରୁ ୨୧ ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୦ଜଣ, ସୋନପୁରରୁ ୧୯ଜଣ, ଜଗତସିଂପୁର ଜିଲ୍ଲାରୁ ୧୮ ଜଣ, ବାଲେଶ୍ଵରରୁ ୧୩ଜଣ, ବରଗଡ଼ରୁ୧୨ ଜଣ, କଳାହାଣ୍ଡିରୁ ୧୦ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୭ ଜଣ, ଯାଜପୁରରୁ ୪ ଜଣ ଏବଂ ନବରଙ୍ଗପୁର ଜିଲ୍ଲାରୁ ଜଣେ ସୁସ୍ଥ ହୋଇଛନ୍ତି।

Share this: