Breaking Newsଓଡ଼ିଶା

ଆଜି ଅନୁଗୋଳ ରେ ସର୍ବାଧିକ ୨୪ ଜଣ କରୋନା ପଜିଟିଭ ଚିହ୍ନଟ ସହ,ମୋଟ ପଜିଟିଭ ସଂଖ୍ୟା ୯୬ ; ଶନିବାର ଓ ରବିବାର ସଟଡାଉନ

Share this:

ଆଜି  ଅନୁଗୋଳ ଜିଲ୍ଲାରେ ଦିନକରେ ୨୪  ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ଜିଲ୍ଲାକୁ ଚଳିତ ମାସପାଇଁ ପ୍ରତ୍ୟେକ ସପ୍ତାହର ଶନିବାର ଓ ରବିବାର କୁ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାରି ସଟ୍ ଢ଼ାଉନ୍ ଘୋଷଣା କରିଛନ୍ତି। ସପ୍ତାହର ଅନ୍ୟ ପାଞ୍ଚ ଦିନ ପାଇଁ ସମସ୍ତ ବ୍ୟବସାୟୀକ ଅନୁଷ୍ଠାନ ଗୁଡ଼ିକ ସକାଳ ୭ ଟାରୁ ଦିନ ୨ ଟା ପର୍ଯ୍ୟନ୍ତ ଖୋଲା ରହିବ।

ଅନୁଗୋଳ ଜିଲ୍ଲା ଅନ୍ତର୍ଗତ ଛେଣ୍ଡିପଦା ବ୍ଲକର ଏକ ଘରୋଇ ଶିଳ୍ପ ସଂସ୍ଥାରେ କାର୍ଯ୍ୟରତ ଥିବା ୧୬  ଜଣ କର୍ମଚାରୀ ଆଜି  କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ୧୬  ଜଣଙ୍କ ମଧ୍ୟରେ ୧୫ ପୁରୁଷ ଓ ଜଣେ ମହିଳା କର୍ମଚାରୀ। ଏହି ୧୫  ଜଣ ଆକ୍ରାନ୍ତ ପୁରୁଷଙ୍କ ମଧ୍ୟରେ ସଂପୃକ୍ତ ସଂସ୍ଥାର ୨  ଜଣ ଡ଼ାକ୍ତର ଅଛନ୍ତି। ଆଠମଲ୍ଲିକ ବ୍ଲକ ଅଞ୍ଚଳର ଏକ ଅସ୍ଥାୟୀ ସ୍ଵାସ୍ଥ୍ୟ ଶିବିରରୁ ଜଣେ ପୁରୁଷ ଓ ସେଠାରେ କାର୍ଯ୍ୟରତ ଜଣେ ମହିଳା ପାରାମେଡ଼ିକାଲ୍ କର୍ମଚାରୀ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳ ସହରାଞ୍ଚଳର ଏକ ଅସ୍ଥାୟୀ ସ୍ଵାସ୍ଥ୍ୟ ଶିବିରରୁ ୩  ଜଣ ଓ ୨  ଜଣ ପେଡ୍ କ୍ୟୁରାଣ୍ଟାଇନରେ ଥାଇ ପଜିଟିକ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କର ନମୂନା ଆଜି ପଜିଟିଭ୍ ଜଣାପଡ଼ିବା ପରେ ସେମାନଙ୍କୁ ପର୍ଯ୍ୟାୟ କ୍ରମେ ତାଳଚେର କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ସୁଚନା ଦେଇଛନ୍ତି।

ଜିଲ୍ଲାର ଜଣେ ୬୬  ବର୍ଷିୟ ବୟସ୍କ  କ୍ୟାନସର ପୀଡ଼ିତ ପୁରୁଷ ଭୂବନେଶ୍ୱର ଏକ ହସ୍ପିଟାଲରେ ଚିକିତ୍ସିତ  ହେଉଥିବା ବେଳେ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ଏହି ୨୪ ଜଣକୁ ମିଶିଇ ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ୯୬ ରେ ପହଞ୍ଚିଛି।

ସଟ୍ ଡାଉନ ସମୟରେ କଣ ବନ୍ଦ ରହିବ

ଏହି ସଟ୍ ଡାଉନ୍ ସମୟରେ ସମସ୍ତ ଅଣ-ଅତ୍ୟାବଶ୍ୟକ  ଆବଶ୍ୟକୀୟ କ୍ରିୟାକଳାପ ବନ୍ଦ ରହିବା

ସଟ୍ ଡାଉନ ସମୟରେ କଣ ଖୋଲା ରହିବା

ସମସ୍ତ ଔଷଧ ଦୋକାନ, କ୍ଲିନିକ୍‌, ନସିଂ ହୋମ୍ ସହ ଆମ୍ବୁଲାନ୍ସ ସେବା

ଜିଲ୍ଲା ଏବଂ ପୌରପରିଷଦ ପ୍ରଶାସନ,ପୋଲିସ,ଅଗ୍ନି ସେବା

ଜରୁରୀ ସେବାରେ ନିୟୋଜିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀ

ଟେଲିକମ୍ ସେବା,  ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକସ୍‌ ମିଡ଼ିଆ

 ଜଳ ଯୋଗଣ, ପରିମଳ ଓ ସ୍ଵରେଜ କର୍ମୀ ,ବିଦ୍ୟୁତ ଯୋଗାଣ ଏବଂ ବଣ୍ଟନ

ମାଲ ପରିବହନ ଗାଡ଼ି ,ଶିଳ୍ପ ସଂସ୍ଥା, କାରଖାନା ଓ ନିର୍ମାଣ କାର୍ଯ୍ୟ

କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଚାଷ, ପଶୁପାଳନ ସମ୍ବନ୍ଧୀୟ କାର୍ଯ୍ୟ

ହୋଟେଲ ଏବଂ ସେଠାରେ କାର୍ଯ୍ୟରତ କର୍ମଚାରୀ

ରେଳ ଯାତାୟତ ,ରାଜପଥରେ ସଡ଼କ ପରିବହନ , ପେଟ୍ରୋଲ୍ ପମ୍ପ

ରେଳ ଷ୍ଟେସନ, ହସ୍ପିଟାଲ ଓ ବସ୍ ଷ୍ଟାଣ୍ଡକୁ ସରକାରୀ ଓ ବେସରକାରୀ ଗାଡ଼ି ଯାତାୟତ

କରୋନା ସଂକ୍ରମଣର ଭୟାଭୟତାକୁ ଦୃଷ୍ଟିରେ ରଖି  ଜିଲ୍ଲା ପ୍ରଶାସନ ତରଫରୁ ଜନ ସାଧାରଣଙ୍କ ସୁବିଧା ମତେ ସମସ୍ତ ପ୍ରକାର ଆନୁସଙ୍ଗିକ ଅତ୍ୟାବଶ୍ୟକିୟ ସେବା ଯୋଗାଇ ଦିଆଯାଉଛି। ସରାକାରଙ୍କ ଦ୍ଵାରା  ପ୍ରଣୀତ ନିୟମାବଳୀକୁ ମାନି ସମସ୍ତେ ସାମଜିକ ଦୂରତା ଅବଲମ୍ବନ ସହ ହାତ ଧୋଇବା ଓ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ଜନ ସାଧାରଣ ଆତଙ୍କିତ ନହୋଇ ଜିଲ୍ଲା ପ୍ରଶାସନର ପଦକ୍ଷେପକୁ ସମର୍ଥନ ଜଣାଇ ନିଜେ ସୁରକ୍ଷିତ ରୁହନ୍ତୁ ଓ ଅନ୍ୟକୁ ସୁରକ୍ଷିତ ରଖନ୍ତୁ।

Share this: