Angul Covid19 Updates: ଅନୁଗୋଳରେ ରେକର୍ଡ ସଂଖ୍ୟକ ୨୨୬ ଜଣ କରୋନା ସଂକ୍ରମିତ ଚିହ୍ନଟ

Share this:

ଅନୁଗୋଳ: ଅନୁଗୋଳରେ ଆଜି ରେକର୍ଡ ସଂଖ୍ୟକ କରୋନା (Covid-19) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ କରୋନା ସଂକ୍ରମିତ ଦିନକୁ ଦିନ କମିବା ପରିବର୍ତ୍ତେ ବଢିବାରେ ଲାଗିଛି। ଏଣୁ ଜନସାଧାରଣ ସରକାରଙ୍କ କୋଭିଡ଼ ନିୟମ ପାଳନ କରନ୍ତୁ। ଅଯଥା ବାହାରକୁ ବାହାରନ୍ତୁ ନାହିଁ।  ଆଜି ଶନିବାର ଅନୁଗୋଳ ଜିଲ୍ଲାରୁ ଗୋଟିଏ ଦିନରେ ସର୍ବାଧିକ ୨୨୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ ତାଳଚେର ବ୍ଲକ୍ ଅଞ୍ଚଳରୁ ସର୍ବାଧିକ ୪୯ ଜଣ, ବଅଁରପାଳ ବ୍ଳକ୍ ଅଞ୍ଚଳରୁ ୪୨ ଜଣ, ଅନୁଗୁଳ ପୌରାଞ୍ଚଳରୁ ୪୦ ଜଣ, ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ୨୨ ଜଣ, ଅନୁଗୁଳ ବ୍ଲକ୍ ଅଞ୍ଚଳରୁ ୧୯ ଜଣ, କଣିହାଁ ବ୍ଳକ୍ ଅଞ୍ଚଳରୁ ୧୮ ଜଣ,ପାଳଲହଡା ବ୍ଳକ୍ ଅଞ୍ଚଳରୁ ୧୮ ଜଣ, କିଶୋରନଗର ବ୍ଲକ୍ ଅଞ୍ଚଳରୁ ୧୦ ଜଣ, ତାଳଚେର ପୌରାଞ୍ଚଳରୁ ୪ ଜଣ ଏବଂ ଆଠମଲ୍ଲିକ ବ୍ଲକ୍ ଅଞ୍ଚଳରୁ ୪ ଜଣ ଅଛନ୍ତି।

Image Credit:@angul_dm

ଆଜି ଚିହ୍ନଟ ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି। ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ କୋଭିଡ ହସପିଟାଲ (Covid-19 Hospital) କୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତ ମାନଙ୍କୁ ନିଜ ଘରେ ଆଇସୋଲେସନ ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି। ଆଜି ଅନୁଗୁଳ ଜିଲ୍ଲାରୁ ୭୪ଜଣ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨୦ ଜଣ କୋଭିଡ ହସପିଟାଲରୁ ଓ ୫୪ ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଛନ୍ତି।

ସେହିପରି ଜିଲ୍ଲାରେ ମୋଟ ୨୭୨୨ ଚିହ୍ନଟ ହୋଇଥିବାବେଳେ ୧୪୮୯ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ୧୧୭୭ ଜଣ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି।

Also Read:

School Reopens: ୨୧ ସେପ୍ଟେମ୍ବରରୁ କେଉଁ କେଉଁ ରାଜ୍ୟରେ ବିଦ୍ୟାଳୟ ଖୋଲିବାକୁ ଯାଉଛି

Covid19 Odisha Updates: ଆଜି ପୁଣି ରାଜ୍ୟରେ ୪୨୦୯ କରୋନା ପଜିଟିଭ ଚିହ୍ନଟ

Share this: