ଅନୁଗୋଳରୁ ପୁଣି ୧୭ କରୋନା ପଜିଟିଭ ଚିହ୍ନଟ,ଜଣେ ମୃତ
ଅନୁଗୋଳ: ମଙ୍ଗଳବାର ଦିନ ଜିଲ୍ଲାରୁ ପୁଣି ୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।ମୋଟ ପଜିଟିଭ ସଂଖ୍ୟା ୩୪୮ ରେ ପହଁକହିଛି। ଏମାନଙ୍କ ମଧ୍ୟରେ ବଅଁରପାଳ ବ୍ଲକ ଅଞ୍ଚଳରୁ ୪ଜଣ, ଛେଣ୍ଡିପଦା ବ୍ଲକ ଅଞ୍ଚଳରୁ ୩ଜଣ,ଅନୁଗୁଳ ପୌରାଞ୍ଚଳରୁ ୩ ଜଣ, ଅନୁଗୁଳ ବ୍ଲକ ଅଞ୍ଚଳରୁ ୩ଜଣ, କିଶୋରନଗର ବ୍ଲକ ଅଞ୍ଚଳରୁ ୨ଜଣ, କଣିହାଁ, ଓ ତାଳଚେର ପୌରାଞ୍ଚଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ବଅଁରପାଳ ବ୍ଲକ ଅଞ୍ଚଳରୁ ଚିହ୍ନଟ ସମସ୍ତ ଚାରିଜଣ ପୁରୁଷ ଅଟନ୍ତି। ଛେଣ୍ଡିପଦା ବ୍ଲକ ଅଞ୍ଚଳରୁ ଚିହ୍ନଟ ତିନିଜଣଙ୍କ ମଧ୍ୟରେ ଦୁଇଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି।ଅନୁଗୁଳ ପୌରାଞ୍ଚଳରୁ ଆକ୍ରାନ୍ତ ହୋଇଥିବା ତିନିଜଣଙ୍କ ମଧ୍ୟରେ ଦୁଇଜଣ ପୁରୁଷ ଏବଂ ସେମାନେ ଦୁଇଟି ପୃଥକ ପେଡ କ୍ୱାରେଣ୍ଟଟାଇନରେ ରହିଥିବା ବେଳେ ତାଙ୍କର ପଜିଟିଭ ବାହାରିଥିବା ଜଣାପଡିଛି। ସେହିପରି ଅନ୍ୟ ଜଣେ ପୁରୁଷ ପୌରାଞ୍ଚଳରୁ ଆକ୍ରାନ୍ତ ହୋଇଛନ୍ତି।
ଅନୁଗୁଳ ବ୍ଲକ ଅଞ୍ଚଳର ତିନିଜଣ ପୁରୁଷ ଆକ୍ରାନ୍ତ ହୋଇଛନ୍ତି। ଏମାନେ ସମସ୍ତେ ଭୁବନେଶ୍ୱରର ପୃଥକ ପୃଥକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ପଜିଟିଭ ହୋଇଥିବା ଜଣାପଡିଛି। କିଶୋରନଗର ବ୍ଲକ ଅଞ୍ଚଳରୁ ଚିହ୍ନଟ ଦୁଇଜଣ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ଅଛନ୍ତି। କଣିହାଁ ବ୍ଲକ ଅଞ୍ଚଳରୁ ଚିହ୍ନଟ ଜଣକ ମହିଳା ଅଟନ୍ତି। ସେହିପରି ତାଳଚେର ପୌରାଞ୍ଚଳର ଜଣେ ମହିଳା ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ପଜିଟିଭ ହୋଇଥବା ଜଣାପଡିଛି।
ସମସ୍ତ ଆକ୍ରାନ୍ତ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବା ଜଣାପଡିଛି। ୧୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୩ ଜଣଙ୍କୁ ଚିକିତ୍ସା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି। ଇତି ମଧ୍ୟରେ ସୁସ୍ଥ ହୋଇଥିବା ୯ ଜଣଙ୍କୁ ନିଜ ଘରେ ଆଇସୋଲେସନ ରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। ପୂର୍ବରୁ ସୁସ୍ଥ ହୋଇଥିବା ୩୭୭ କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୩୮୬ ରେ ପହଞ୍ଚିଲା।
ମଙ୍ଗଳବାର ଦିନ ଅନୁଗୁଳ ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତ ମୃତୁବରଣ କରିଛନ୍ତି। ଅନୁଗୁଳ ପୌରାଞ୍ଚଳର ଜଣେ ୫୨ ବର୍ଷୀୟ ପୁରୁଷ ଆଜି ତାଳଚେର କୋଭିଡ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ସେଠାରେ ମୃତ୍ୟୁ ହୋଇଛି।ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ ନିୟମ ଅନୁଯାୟୀ ତାଙ୍କର ଅନ୍ତିମ ସଂସ୍କାର ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯାଇଛି। ଏହି ମୃତ୍ୟୁକୁ ମିଶାଇ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଲା।ପ୍ରକାଶ ଥାଉକି ପୂର୍ବରୁ ତାଳଚେର ଅଞ୍ଚଳର ଦୁଇ ଜଣ କରୋନା ଆକ୍ରାନ୍ତ ପୁରୁଷ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବାର ଖବର ପ୍ରକାଶିତ ହୋଇଥିଲା। କିନ୍ତୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହୋଇଥିବା କୋଭିଡ ଅଡିଟ ପରେ ଏ ଦୁଇଜଣଙ୍କ ଆନୁସଙ୍ଗିକ ରୋଗରେ ମୃତ୍ୟୁ ହୋଇଥିବାର ସ୍ପଷ୍ଟ କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି କହିଛନ୍ତି।