ଅନୁଗୋଳ ରେ ୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ,ଆକ୍ରାନ୍ତ ଙ୍କ ସଂଖ୍ୟା ୧୦୬
ଅନୁଗୋଳ : ପୁଣି ଅନୁଗୋଳ ଜିଲ୍ଲାରେ ୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଙ୍କ ସୂଚନା ଅନୁସାରେ,ବଅଁରପାଳ ସ୍ଥିତ ଏକ ଶିଳ୍ପସଂସ୍ଥାରୁ ୬ ଚିହ୍ନଟ ହୋଇଛନ୍ତି । ସେହିପରି କିଶୋରନଗର ବ୍ଲକରେ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଣିହାଁ ଶିଳ୍ପାଞ୍ଚଳରୁ ଜଣେ ଓ ସ୍ଥାନୀୟ ଜଣେ କରୋନାଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲାରେ ମୋଟ ୧୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୬୦ ସୁସ୍ଥ ହୋଇ ଘରକୁ ଫେରିଛନ୍ତିଓ ୪୬ ଜଣ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।