Breaking Newsଓଡ଼ିଶା

ଅନୁଗୋଳ ଜିଲ୍ଲାରେ କରୋନା ରେ ପ୍ରଥମ ମୃତ

Share this:

ଶିଳ୍ପ ସଂସ୍ଥା ନାଲକୋର ୫୭  ବର୍ଷ ବୟସ୍କ ଜଣେ ବରିଷ୍ଠ ଅଧୁକାରୀ ବୁର୍ଲା ସ୍ଥିତ ଭିମସାର ମେଡ଼ିକାଲ କଲେଜରେ ଚିକିତ୍ସିତ  ଅବସ୍ଥାରେ ତାଙ୍କର ନମୁନା ପରୀକ୍ଷଣରେ ଗତକାଲି ସେ କରୋନା ପଜିଟିଭ୍ ଥିବାର ଜଣାପଡ଼ିଥିଲା । ଆଜି ତାକୁ ବୁର୍ଲା ମେଡ଼ିକାଲ କଲେଜରୁ ତାଳଚେର କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପରେ, ସେଠାରେ ତାଙ୍କୁ ମୃତ ଭାବେ ଗ୍ରହଣ କରାଯାଇଥିଲା । ଆଜି ଅପରାହ୍ନରେ ତାଙ୍କର ମୃତ ଶରୀରକୁ ଭୂବନେଶ୍ୱରର ସତ୍ୟନଗର ସ୍ଥିତ ସ୍ମଶାନକୁ ଦାହ ନିମନ୍ତେ ପଠା ଯାଇଅଛି। ତାଙ୍କର ୫୨  ବର୍ଷ ବୟସ୍କ ଧର୍ମ  ପତ୍ନୀ  ମଧ୍ୟ କରୋନା ପଜିଟିଭ୍ ଥୁବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ପଠା ଯାଇଅଛି ।

ଇତି ମଧ୍ୟରେ ନାଲକୋ ଠାରେ ଏକ ମେଡ଼ିକାଲ ଟିମ୍ ପହଞ୍ଚି ତାଙ୍କର ସିଧାସଳଖ ସମ୍ପର୍କରେ ଆସିଥିବା ଲୋକଙ୍କର କଣ୍ଟାକ୍ଟ ଟ୍ରେସିଙ୍ଗ କରି ୧୫  ଜଣ ଲୋକଙ୍କୁ ହୋମ୍ କ୍ଵ।ରାଣ୍ଟାଇନରେ ରଖାଯାଇଅଛି। ନାଲକୋ ହସ୍ପିଟାଲର ଓପିଡ଼ିକୁ ଗୋଟିଏ ଦିନ ପାଇଁ ବନ୍ଦ କରାଯାଇ ବିଶୋଧନ କର୍ଯ୍ୟ ଆରମ୍ଭ କରାଯାଇଅଛି। ସେ ବସୁଥିବା ନାଲକୋର ବୈଷୟୀକ କାର୍ଯ୍ୟାଳୟକୁ ଦୁଇ ଦିନ ପାଇଁ ବନ୍ଦ ରଖାଯାଇ ବିଶୋଧନ କରାଯାଉଅଛି। ଏହା ଛଡ଼ା ସେ ରହୁଥିବା   କ୍ଵ।ଟରକୁ ସିଲ୍ ବନ୍ଦ ରଖାଯାଇଛି ଏବଂ ସଂପୃକ୍ତ ଅଞ୍ଚଳକୁ ମଧ୍ୟ ବିଶୋଧନ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ଆଜି ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି ।

ସେହିପରି, ଅନୁଗୋଳରୁ ଆଜି ଚାରି ଜଣ କରୋନା ପଜିଟିଭ ଚିହ୍ନଟ ଅନୁଗୋଳ ଜିଲ୍ଲା ଅନ୍ତର୍ଗତ ଛେଣ୍ଡିପଦା ବ୍ଲକର ଏକ ଘରୋଇ ଶିଳ୍ପ ସଂସ୍ଥା ହୋମ୍ କ୍ଵ।ରାଣ୍ଟାଇନରେ ଥିବା ଆଜି ଦୁଇ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନେ ନୂଆ ଦିଲ୍ଲୀ ଫେରନ୍ତା ଏବଂ ସେମାନଙ୍କର ବୟସ ୧୯  ବର୍ଷ ଓ ୧୧  ବର୍ଷ। ସେହିଭଳି କଣିହାଁ ସ୍ଥିତ ଏକ ଘରୋଇ ଶିଳ୍ପ ସଂସ୍ଥା ହୋମ୍ ହୋମ୍ କ୍ଵ।ରାଣ୍ଟାଇନରେ ଥିବା ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ଜଣେ ତେଲେଙ୍ଗାନା ଫେରନ୍ତା ଏବଂ ତାଙ୍କର ବୟସ ୬୨  ବର୍ଷ । ସେମାନଙ୍କର ନମୂନା ଆଜି ପଜିଟିଭ୍ ଜଣାପଡ଼ିବା ପରେ ସେମାନଙ୍କୁ ତାଳଚେର କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ସୁଚନା ଦେଇଛନ୍ତି ।

Share this: