ଆଜି ଅନୁଗୋଳରୁ ୧୬ଜଣ କରୋନା ପଜିଟିଭ ଚିହ୍ନଟ,ତାଳଚେର ବ୍ଲକ ର ଗୋଟିଏ ଗାଁରୁ ୭ପଜିଟିଭ; ଜିଲ୍ଲାରେ ପଜିଟିଭ ୩ଶହ ପାର
ଅନୁଗୋଳ: ଆଜି ଅନୁଗୋଳ ଜିଲ୍ଲାରୁ ୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୧୬ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ତାଳଚେର ବ୍ଲକ ଅଂଚଳରୁ ସର୍ବାଧିକ ୮ ଜଣ,ପାଳଲହଡା ବ୍ଲକ୍ ଅଂଚଳରୁ ୭ ଜଣ ଓ ଜଣେ ବଅଁରପାଳ ବ୍ଳକ୍ ଅଂଚଳର ବୋଲି ଜଣାପଡିଛି।
ତାଳଚେର ବ୍ଲକ୍ ଅଂଚଳରୁ ଚିହ୍ନଟ ହୋଇଥିବା ୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ ହେଉଛନ୍ତି ଗୋଟିଏ ଗ୍ରାମର। ସେମାନଂକ ମଧ୍ୟରେ ୩ ଜଣ ମହିଳା ଯାହାଙ୍କ ବୟସ ୮୭, ୬୦ ଓ ୩୬ ବର୍ଷ ହୋଇଥିବାବେଳେ ୪ ଜଣ ପୁରୁଷଙ୍କ ବୟସ ଯଥାକ୍ରମେ ୬୫,୫୮,୪୨ ଓ ୪୨ ବର୍ଷ ଅଟେ। ଏମାନେ ସମସ୍ତେ ଏସ୍ ସି ବି ମେଡିକାଲ କଲେଜ କଟକରୁ ଫେରିଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଛନ୍ତି। ଏହି ବ୍ଲକ୍ ଅଂଚଳର ୮ ନମ୍ବର ଆକ୍ରାନ୍ତ ଜଣକ ଜଣେ ମହିଳା ଯାହାଙ୍କ ବୟସ ୪୦ ବର୍ଷ ଓ ସେ ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି ।
ସେହିପରି ପାଳଲହଡା ବ୍ଲକ ଅଂଚଳରୁ ଚିହ୍ନଟ ହୋଇଥୁବା ୭ ଜଣଙ୍କ ମଧ୍ୟରେ ୪ ଜଣ ପୁରୁଷ ଯାହାଙ୍କ ବୟସ ଯଥାକ୍ରମେ ୨୦,୩୫,୫୯ ଓ ୭୨ ବର୍ଷ ହୋଇଥିବାବେଳେ ୩ ଜଣ ମହିଳାଙ୍କର ବୟସ ଯଥାକ୍ରମେ ୨୬,୩୩ ଓ ୫୨ ବର୍ଷ ଅଟେ। ଏମାନଂକ ମଧ୍ୟରୁ ୨୦ ବର୍ଷୀୟ ପୁରୁଷ ଜଣକ ତାମିଲନାଡୁରୁ ଫେରି ପାଳଲହଡା ବ୍ଳକର ଏକ ଅସ୍ଥାୟୀ ମେଡିକାଲ ଶିବିରରେ ଥିଲେ। ୩୫ ବର୍ଷୀୟ ପୁରୁଷ ଆକ୍ରାନ୍ତ ଜଣକ ଜଣେ ସରକାରୀ କର୍ମଚାରୀ ଯିଏକି ବ୍ଲକ ଅଂଚଳର ଏକ ଅସ୍ଥାୟୀ ମେଡିକାଲ ଶିବିରର ଦାୟିତ୍ଵରେ ଥିଲେ। ଅନ୍ୟ ସମସ୍ତ ୫ ଜଣ ଆକ୍ରାନ୍ତ ଗୋଟିଏ ପରିବାରର ଯେଉଁମାନେ କି ତାଙ୍କ ପରିବାରରେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ଜଣେ ସଦସ୍ୟକ ସଂସ୍ପର୍ଶରେ ଆସିଥିଲେ। ୧୬ ନମ୍ବର ଆକ୍ରାନ୍ତ ଜଣକ ବଅଁରପାଳ ବ୍ଳକ୍ ଅଂଚଳର ଜଣେ ୬୫ ବର୍ଷିୟ ପୁରୁଷ ନିଜ ପରିବାରରେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ଜଣେ ସଦସ୍ୟଙ୍କ ସଂପର୍ଶରେ ଆସିଥିଲେ।
ଏହି ୧୬ ଜଣ ଆକ୍ରାନ୍ତକୁ ମିଶାଇ ସମୁଦାୟ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୨ରେ ପହଂଚିଲା। ଆଜି ଏହି ୧୬ ଜଣ ଆକ୍ରାକୁ ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି। ଇତିମଧ୍ୟରେ ୨୨ ଜଣ ସୁସ୍ଥ ହୋଇ କୋଭିଡ କେୟାର ସେଣ୍ଟରକୁ ନିରୀକ୍ଷଣ ନିମନ୍ତେ ଯାଇଛନ୍ତି। ପୂର୍ବରୁ ସୁସ୍ତ ହୋଇଥିବା ୧୭୧ ସୁସ୍ମଙ୍କୁ ୧୯୩ରେ ପହଂଚିଲା।