ଅନୁଗୋଳ ଜିଲ୍ଲାପାଳଙ୍କ ଦ୍ଵାରା ତାଳଚେର କୋଭିଡ଼ ହସପିଟାଲକୁ ଅଚାନକ ପରିଦର୍ଶନ; ଯାଞ୍ଚ କଲେ ଖାଦ୍ୟର ମାନ

Share this:

ତାଳଚେର : ତାଳଚେର କୋଭିଡ଼ ହସପିଟାଲକୁ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ଅଚାନକ ପରିଦର୍ଶନ କରି ଏଠାରେ ରୋଗୀମାନ ଙ୍କୁ  ଦିଆଯାଉଥିବା ଖାଦ୍ୟର ମାନକୁ ଯାଞ୍ଚ କରିଥିଲେ। ଜିଲ୍ଲାପାଳ ନିଜେ ମଧ୍ୟାହ୍ନ ଭୋଜନ ଖାଇ ଖାଦ୍ୟ ପ୍ରସ୍ତୁତି ଓ ଏହାର ଗୁଣବତ୍ତାକୁ ପରିକ୍ଷା କରିଥିଲେ। ଏହାଛଡା ଜିଲ୍ଲାପାଳ ହସପିଟାଲରେ କାର୍ଯ୍ୟରତ ଡାକ୍ତର,କର୍ମଚାରୀ ଓ ପାରାମେଡିକାଲ କର୍ମଚାରୀଙ୍କ ସହ ରୋଗୀମାନଙ୍କୁ  ଉତ୍ତମ ଚିକିତ୍ସା ସେବା ଯୋଗାଇଦେବା ଉପରେ ଆଲୋଚନା କରିଥିଲେ।

ଏହି ୧୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ରେ ଅନୁଗୋଳ ସମେତ ସମ୍ବଲପୁର ଓ ଢେଙ୍କାନାଳ ଜିଲ୍ଲାର କରୋନା ଆକ୍ରାନ୍ତମାନେ ଚିକିତ୍ସିତ ହେଉଛନ୍ତି। ହସ୍ପିଟାଲ ଚିକିତ୍ସା ଓ ଖାଦ୍ୟ ଯୋଗାଣ ବ୍ୟବସ୍ଥା ସହ ପାନୀୟ ଜଳ ଯୋଗାଣ,ସଫାସୁତରା ଓ ପରିମଳ ବ୍ୟବସ୍ଥା ସମ୍ପର୍କରେ ଜିଲ୍ଲାପାଳ ସମକ୍ଷା କରିଥିଲେ। ଜିଲ୍ଲାପାଳକ ଏହି ପରିଦର୍ଶନ ସମୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ଶ୍ରୀ ସନ୍ତୋଷ କୁମାର ପ୍ରଧାନ, ଜିଲ୍ଲା ମୁଖ୍ୟଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧୁକାରୀ ଡା.ଅଭୟ କୁମାର ଦାଶଙ୍କ ସମେତ ହସ୍ପିଟାଲ ର  କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

FROM THE WEB

Share this: