Breaking Newsଜାତୀୟ

ଅଭିନେତା ସଞ୍ଜୟ ଦତ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ,ମୁମ୍ବାଇର ଲିଲାବତୀ ହସ୍ପିଟାଲରେ ଭର୍ତ୍ତି

Share this:

ମୁମ୍ବାଇ:ଚଳଚ୍ଚିତ୍ର ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶନିବାର ରାତି ମୁମ୍ବାଇର ଲୀଲାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା। ତେବେ ସଞ୍ଜୟ ଦତ୍ତଙ୍କ କରୋନା ରିପୋର୍ଟ ନେଗଟିଭ ଆସିଛି ଏବଂ ସେ ସମ୍ପୂର୍ଣ୍ଣ ଭଲ ଅଛନ୍ତି।

ମୁମ୍ବାଇର ଲୀଲାବତୀ ହସ୍ପିଟାଲ ଦ୍ଵାରା ପ୍ରକାଶିତ ଏକ ବିବୃତ୍ତିରେ କୁହାଯାଇଛି, ଅଭିନେତା ସଞ୍ଜୟ ଦତ୍ତ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ  ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କର କୋଭିଡ -୧୯ ରିପୋର୍ଟ ନେଗଟିଭ ଆସିଛି , କିନ୍ତୁ ଡାକ୍ତରୀ ନିରୀକ୍ଷଣ ପାଇଁ ତାଙ୍କୁ କିଛି ସମୟ ଏଠାରେ ରଖାଯିବ। ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି ଏବଂ ଭଲ ଅଛନ୍ତି।

ସଞ୍ଜୟ ଦତ୍ତ ଟ୍ୱିଟ୍ କରିଛନ୍ତି ଯେ, ମୁଁ ସମସ୍ତଙ୍କୁ ନିଶ୍ଚିତ କରିପାରେ ଯେ ମୁଁ ଭଲ ଅନୁଭବ କରୁଛି।  ମୁଁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛି। ମୋର କରୋନା ରିପୋର୍ଟ ନେଗେଟିଭ ଆସିଛି। ଲିଲାବତୀ ଡାକ୍ତରଖାନାର ଡାକ୍ତର ଏବଂ କର୍ମଚାରୀଙ୍କ ଉତ୍ତମ ଯତ୍ନ ହେତୁ ମୁଁ ଦିନେ କିମ୍ବା ଦୁଇ ଦିନରେ ଘରକୁ ଫେରିବି। ସମସ୍ତଙ୍କୁ ଶୁଭେଚ୍ଛା ଏବଂ ପ୍ରାର୍ଥନା ପାଇଁ ଧନ୍ୟବାଦ।

FROM THE WEB

Share this: