Covid19 World: ସାରା ବିଶ୍ୱରେ କରୋନାରେ ୩.୧୫ କୋଟି ଲୋକ ସଂକ୍ରମିତ, ୯.୬୮ ଲକ୍ଷ ଲୋକ ମୃତ,କେଉଁ ଦେଶରୁ କେତେ…
ନୂଆଦିଲ୍ଲୀ: ବିଶ୍ଵ ମହାମାରୀ କରୋନା ଭୂତାଣୁ (Covid-19) ରେ ଆଜି ସୁଦ୍ଧା ସାରା ବିଶ୍ଵରେ ପ୍ରାୟ ୩.୧୫ କୋଟି ଲୋକ ସଂକ୍ରମିତ ହୋଇଛନ୍ତି। ସେହିପରି ପ୍ରାୟ ୯.୬୮ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଜନ ହପକିନ୍ସ ୟୁନିଭରସିଟି (Johns Hopkins University (JHU) ର ସେଣ୍ଟର ଫର ସିଷ୍ଟମ୍ସ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ (Center for Systems Science and Engineering –CSSE) ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ ସାରା ବିଶ୍ୱରେ କରୋନା ଭୂତାଣୁ ୩ କୋଟି ୧୪ ଲକ୍ଷ ୮ ହଜାର ୧୯୩ ଲୋକଙ୍କୁ ସଂକ୍ରମିତ କରିଛି ଏବଂ ୯ ଲକ୍ଷ ୬୮ ହଜାର ୬୮୯ ଜଣଙ୍କର ମୃତ୍ୟୁ ଘଟିଛି।
ଆମେରିକା:ବିଶ୍ଵର ଶକ୍ତିଶାଳୀ ଦେଶ ଯୁକ୍ତରାଷ୍ଟ୍ର ଆମେରିକା (USA) ରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ୭୧ ଲକ୍ଷ ୩୯ ହଜାର ୫୫୩ ରେ ପହଞ୍ଚିଛି ଏବଂ ଏପର୍ଯ୍ୟନ୍ତ ୨ ଲକ୍ଷ ୬ ହଜାର ୫୯୩ ଲୋକଙ୍କର ମୃତ୍ୟୁ ହୋଇଛି।
ଭାରତ: ଭାରତ (India) ରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ୨୪ ଘଣ୍ଟାରେ ୮୬ ହଜାର ୫୦୮ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୭ ଲକ୍ଷ ୩୨ ହଜାର ୫୧୮ରେ ପହଞ୍ଚିଛି। ଗୋଟିଏ ଦିନରେ ୧୧୨୯ ଜଣ କରୋନା କରୋନା ଆକ୍ରାନ୍ତରେ ପ୍ରାଣ ହରାଇଛନ୍ତି। ଏଥିସହ ମୋଟ ମୃତ୍ୟୁ ସଂଖ୍ୟା ୯୧ ହଜାର ୧୪୯ କୁ ବୃଦ୍ଧି ପାଇଛି। ଦେଶରେ ଏବେ ୯ ଲକ୍ଷ ୬୬ ହଜାର ୩୮୨ ଜଣ ସକ୍ରିୟ ରୋଗୀ ଥିବାବେଳେ ୪୬ ଲକ୍ଷ ୭୪ ହଜାର ୯୮୭ ଜଣ ସୁସ୍ଥ ହୋଇଇଛି।
ବ୍ରାଜିଲ: ବ୍ରାଜିଲ (Brazil) ରେ ଏପର୍ଯ୍ୟନ୍ତ ୪୬ ଲକ୍ଷ ୨୭ ହଜାର ୭୮୦ ଲୋକ ସଂକ୍ରମିତ ହୋଇଥିବାବେଳେ ୧ ଲକ୍ଷ ୩୯ ହଜାର ୬୫ ଜଣଙ୍କର ମୃତ୍ୟୁ ହୋଇଛି।
ରୁଷ: ରୁଷ (Russia) ରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୧ ଲକ୍ଷ ୨୨ ହଜାର ୨୪୧ ରେ ପହଞ୍ଚିଛି ଏବଂ ୧୯ ହଜାର ୭୯୯ ଜଣ ଲୋକ ପ୍ରାଣ ହରାଇଛନ୍ତି।
କଲମ୍ବିଆ: କଲମ୍ବିଆ (Colombia ) ରେ ଏପର୍ଯ୍ୟନ୍ତ ୭ ଲକ୍ଷ ୮୪ ହଜାର ୨୬୮ ଲୋକ ଏହି ମାରାତ୍ମକ ଭୂତାଣୁ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଏଥିସହିତ ୨୪ ହଜାର ୭୪୬ ଲୋକ ପ୍ରାଣ ହରାଇଛନ୍ତି।
ପେରୁ: ପେରୁ (Peru) ରେ କରୋନା ମହାମାରୀର ମାତ୍ରା ବଢିବାରେ ଲାଗିଛି ଏବଂ କରୋନା ସଂକ୍ରମିତ ହେବାରେ ଏହା ଷଷ୍ଠ ସ୍ଥାନରେ ପହଞ୍ଚିଛି। ଏପର୍ଯ୍ୟନ୍ତ ୭ ଲକ୍ଷ ୮୨ ହଜାର ୬୯୫ ଲୋକ ଏହି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି ଏବଂ ୩୧ହଜାର ୮୭୦ ଜଣଙ୍କର ମୃତ୍ୟୁ ହୋଇଛି।
ମେକ୍ସିକୋ: ମେକ୍ସିକୋ (Mexico)ରେ କରୋନାରେ ୭ ଲକ୍ଷ ୧୦ ହଜାର ୪୯ ଲୋକ ସଂକ୍ରମିତ ହୋଇଛନ୍ତି ଏବଂ ୭୪ ହଜାର ୯୪୯ ଜଣଙ୍କର ମୃତ୍ୟୁ ହୋଇଛି।
ସ୍ପେନ୍: ସ୍ପେନ୍ (Spain) ରେ ଏହା ୬ ଲକ୍ଷ ୯୩ ହଜାର ୫୫୬ ରେ ପହଞ୍ଚିଛି। କରୋନା ଭୂତାଣୁରେ ମୃତ୍ୟୁ ସଂଖ୍ୟା ୩୧ ହଜାର ୩୪ କୁ ବୃଦ୍ଧି ପାଇଛି।
ଦକ୍ଷିଣ ଆଫ୍ରିକା:ଦକ୍ଷିଣ ଆଫ୍ରିକା(South Africa) ବର୍ତ୍ତମାନ ନବମ ସ୍ଥାନରେ ରହିଛି। ଏପର୍ଯ୍ୟନ୍ତ ୬ ଲକ୍ଷ ୬୫ ହଜାର ୧୮୮ ଜଣ ଲୋକ ପ୍ରଭାବିତ ହୋଇଛନ୍ତି ଏବଂ ୧୬ ହଜାର ୨୦୬ ଜଣଙ୍କର ମୃତ୍ୟୁ ହୋଇଛି।
ଆର୍ଜେଣ୍ଟିନା: ଆର୍ଜେଣ୍ଟିନା(Argentina)ରେ କରୋନା ୧୦ ନମ୍ବରରେ ପହଞ୍ଚିଛି। ଏଠାରେ ଏପର୍ଯ୍ୟନ୍ତ ୬ ଲକ୍ଷ ୬୪ ହଜାର ୭୯୯ ଲୋକ ଏହି ଭୂତାଣୁ ଦ୍ଵାରା ସଂକ୍ରମିତ ହୋଇଛନ୍ତି ଏବଂ ମୃତକଙ୍କ ସଂଖ୍ୟା ୧୪ ହଜାର ୩୭୬ ଅଟେ।
କୋଭିଡ -୧୯ ଦ୍ୱାରା ପ୍ରଭାବିତ ହେବା ଦୃଷ୍ଟିରୁ ଫ୍ରାନ୍ସରେ ୪ ଲକ୍ଷ ୮୧ ହଜାର ୧୪୧ ଲୋକ ସଂକ୍ରମିତ ଏବଂ ୩୧ ହଜାର ୪୫୯ ଜଣଙ୍କର ମୃତ୍ୟୁ ହୋଇଛି। ଚିଲିରେ ୪ ଲକ୍ଷ ୪୯ ହଜାର ୯୦୩ ଲୋକ କରୋନା ସଂକ୍ରମିତ ହୋଇଛନ୍ତି ଏବଂ ୧୨ ହଜାର ୩୪୫ ଜଣଙ୍କର ମୃତ୍ୟୁ ହୋଇଛି।
ଇରାନରେ ୪ ଲକ୍ଷ ୩୨ ହଜାର ୭୯୮ ସଂକ୍ରମିତ ହୋଇଥିବାବେଳେ ୨୪ ହଜାର ୮୪୦ ଜଣଙ୍କର ମୃତ୍ୟୁ ହୋଇଛି। ବ୍ରିଟେନରେ ବର୍ତ୍ତମାନ ସୁଦ୍ଧା ୪ଲକ୍ଷ ୯ ହଜାର ୭୨୯ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି ଏବଂ ୪୧ ହଜାର ୮୬୨ ଜଣଙ୍କର ମୃତ୍ୟୁ ହୋଇଛି। ବାଂଲାଦେଶରେ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୫୩ ହଜାର ୮୪୪ ରେ ପହଞ୍ଚିଛି ଏବଂ ୫ ହଜାର ୪୪ ଜଣଙ୍କର ମୃତ୍ୟୁ ହୋଇଛି। ଇରାକରେ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ୬୩୫ ହୋଇଥିବାବେଳେ ୮ ହଜାର ୭୫୪ ଜଣଙ୍କର ମୃତ୍ୟୁ ହୋଇଛି। ସାଉଦି ଆରବରେ ୩ ଲକ୍ଷ ୩୧ ହଜାର ୩୫୯ ଟି କରୋନା ମାମଲା ହୋଇଥିବାବେଳେ ୪ ହଜାର ୫୬୯ ଜଣଙ୍କର ମୃତ୍ୟୁ ହୋଇଛି। ପାକିସ୍ତାନରେ କରୋନାରେ ୩ ଲକ୍ଷ ୮ ହଜାର ୨୧୭ ଲୋକ ସଂକ୍ରମିତ ହୋଇଛନ୍ତି ଏବଂ ୬ ହଜାର ୪୩୭ ଜଣଙ୍କର ମୃତ୍ୟୁ ହୋଇଛି।