ଚୀନରେ ଅଛନ୍ତି ଅରୁଣାଚଳ ପ୍ରଦେଶରୁ ନିଖୋଜ ଥିବା ୫ ଭାରତୀୟ ଯୁବକ:କିରେନ ରିଜିଜୁ
ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ (Kiren Rijiju) କହିଛନ୍ତି ଯେ ଅରୁଣାଚଳ ପ୍ରଦେଶରୁ ୫ ଜଣ ନିଖୋଜ ଥିବା ଯୁବକ ଚୀନରେ ଅଛନ୍ତି ବୋଲି ଚୀନ୍ ସେନା (People’s Liberation Army -PLA) ନିଶ୍ଚିତ କରିଛି। ମଙ୍ଗଳବାର ଟ୍ୱିଟ୍ କରି ସେ ଏହି ସୂଚନା ଦେଇ କହିଛନ୍ତି ଯେ ଭାରତୀୟ ସେନା ହଟଲାଇନକୁ ପଠାଯାଇଥିବା ବାର୍ତ୍ତାରେ ଚୀନ୍ ଆର୍ମି ପିଏଲ୍ଏ (PLA) ପ୍ରତିକ୍ରିୟା ଦେଇଛି। ନିଖୋଜ ଯୁବକମାନଙ୍କୁ ସେମାନଙ୍କ ଅଞ୍ଚଳରେ ଦେଖିବାକୁ ମିଳିଛି ବୋଲି ସେମାନେ ନିଶ୍ଚିତ କରିଛନ୍ତି। ଯୁବକମାନଙ୍କୁ ଭାରତ ହସ୍ତାନ୍ତର କରିବା ପାଇଁ ପ୍ରକ୍ରିୟା ଚାଲିଛି।
ସୂଚନାଯୋଗ୍ୟ, ଅରୁଣାଚଳ ପ୍ରଦେଶର କଂଗ୍ରେସ ବିଧାୟକ ନିନୋଙ୍ଗ ଏରିଙ୍ଗ (Ninong Ering) ନିକଟରେ ଦାବି କରିଥିଲେ ଯେ ଚୀନ୍ର ପିପୁଲ୍ସ ଲିବରେସନ୍ ଆର୍ମି (PLA) ଅରୁଣାଚଳ ପ୍ରଦେଶର ସୀମାନ୍ତ ଅଞ୍ଚଳରୁ ପାଞ୍ଚ ଜଣ ଭାରତୀୟଙ୍କୁ ଅପହରଣ କରି ନେଇଛି। ଏରିଙ୍ଗ ତାଙ୍କ ଟ୍ୱିଟରେ ପିଏମଓ(PMO)କୁ ଟ୍ୟାଗ୍ କରି କହିଥିଲେ ଯେ ଅରୁଣାଚଳ ପ୍ରଦେଶର ସୁବାନ୍ସିରି ଜିଲ୍ଲାରୁ ପାଞ୍ଚ ଜଣଙ୍କୁ ଅପହରଣ କରାଯାଇଛି। ସେ ତୁରନ୍ତ ଭାରତ ସରକାରଙ୍କ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
ସୂଚନାଅନୁସାରେ,ନାଚୋ ଅଞ୍ଚଳର ପାଞ୍ଚଜଣ ଗ୍ରାମୀଣ ଯୁବକ ଜଙ୍ଗଲରେ ଶିକାର କରିବାକୁ ଯାଇଥିଲେ, ସେମାନଙ୍କୁ ପିଏଲଏ ଦ୍ୱାରା ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଯୁବକମାନେ ସେନା ପାଇଁ ପୋର୍ଟର୍ ଏବଂ ଗାଇଡ୍ ଭାବରେ କାର୍ଯ୍ୟ କରିଥିଲେ। ଶୁକ୍ରବାର ଦିନ ତାଙ୍କ ପରିବାର ସୋସିଆଲ ମିଡିଆରେ ନିଖୋଜ ଥିବା ସୂଚନା ଦେଇଥିଲେ।
ଏହା ପରେ କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ମଧ୍ୟ ଅରୁଣାଚଳ ପ୍ରଦେଶର ବାସିନ୍ଦାଙ୍କ ବିଷୟରେ ଚିନ୍ତା ପ୍ରକଟ କରି କହିଛନ୍ତି ଯେ ଭାରତୀୟ ସେନା ରବିବାର ଦିନ ଏହାର ପିଏଲଏ ପ୍ରତିପକ୍ଷଙ୍କୁ ହଟଲାଇନ (Hotline)ବାର୍ତ୍ତା ପଠାଇଛି। ତେବେ ଗୋଟିଏ ଦିନ ପୂର୍ବରୁ ଯେତେବେଳେ ଏହି ପ୍ରଶ୍ନ ପଚରାଯାଇଥିଲା, ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଥିଲେ ଯେ ଏ ବାବଦରେ ତାଙ୍କ ପାଖରେ କିଛି କହିବା ପାଇଁ ଖବର ନାହିଁ।
China's PLA has responded to the hotline message sent by Indian Army. They have confirmed that the missing youths from Arunachal Pradesh have been found by their side. Further modalities to handover the persons to our authority is being worked out.
— Kiren Rijiju (@KirenRijiju) September 8, 2020
Also Read :
ଉତ୍ତର ସିକିମରୁ ତିନି ଚୀନ ନାଗରିକଙ୍କୁ ଉଦ୍ଧାର କଲା ଭାରତୀୟ ସେନା
ଚୀନ ଜାଣିବା ପାଇଁ ଅର୍ଥ ଦେଉଛି ନେପାଳ ଏନଜିଓକୁ; କାହିଁକି ଗୋର୍ଖାମାନେ ଭାରତୀୟ ସେନାରେ ଯୋଗ ଦେଉଛନ୍ତି?