ଦୈନିକ ସଂକ୍ରମଣରେ ଭାରତ ଏବେ ବିଶ୍ୱର ପ୍ରଥମ ଦେଶ,୨୪ ଘଣ୍ଟାରେ ୮୩ ହଜାରରୁ ଅଧିକ ସଂକ୍ରମିତ
ନୂଆଦିଲ୍ଲୀ: ବିଶ୍ଵ ମହାମାରୀ କରୋନା (Covid-19 )ର ପ୍ରକୋପ ବିଶ୍ଵରେ ବର୍ତ୍ତମାନ ନୂଆ ସଂକ୍ରମିତ କମୁଥିବା ବେଳେ ଭାରତରେ କିନ୍ତୁ କରୋନା ଭୂତାଣୁ କମିବା ପରିବର୍ତ୍ତେ ଦିନକୁ ଦିନ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୩ ହଜାରରୁ ଅଧିକ କରୋନା ଭୂତାଣୁ ରିପୋର୍ଟ ହୋଇଥିବା ଜଣାପଡିଛି। ଫଳରେ କରୋନା ରୋଗର ମୋଟ ସଂଖ୍ୟା ୩୯ ଲକ୍ଷ ଅତିକ୍ରମ କରିଛି। ଦୈନିକ ସଂକ୍ରମଣରେ ଭାରତ ଏବେ ବିଶ୍ୱର ୧ ନମ୍ବର ଦେଶରେ ପରିଣତ ହୋଇଛି।
Related : ରାଜ୍ୟରେ ଆଜି ୩୨୭୮ଜଣ କରୋନା ଆକ୍ରାନ୍ତ ସୁସ୍ଥ,ମୋଟ ସୁସ୍ଥ ହେଲେ ୮୭,୩୫୧ ଏବଂ ମୋଟ ମୃତ୍ୟୁ ସଂଖ୍ୟା ୫୨୨
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଅନୁସାରେ ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୮୩ ହଜାର ୩୪୧ ଟି ନୂଆ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧,୦୯୬ ରୋଗୀଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ଦେଶରେ ମୋଟ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୩୯ ଲକ୍ଷ ୩୬ ହଜାର ୭୪୮ ଅଛି। ସେଥିମଧ୍ୟରୁ ୮ଲକ୍ଷ ୩୧ ହଜାର ୧୨୪ ସକ୍ରିୟ ଥିବାବେଳେ ୩୦ ଲକ୍ଷ ୩୭ ହଜାର ୧୫୨ ସୁସ୍ଥ ହୋଇଛନ୍ତି। ଏଥିସହ କରୋନାରେ ମୃତ୍ୟୁ ସଂଖ୍ୟା ୬୮,୪୭୨ରେ ପହଞ୍ଚିଛି। ଏପର୍ଯ୍ୟନ୍ତ ୪ କୋଟି ୬୬ ଲକ୍ଷ ୭୯ ହଜାର ୧୪୫ ଟି ନମୁନା ପରୀକ୍ଷା କରାଯାଇଛି।
ଦୈନିକ ସଂକ୍ରମଣରେ ଭାରତ ଏବେ ବିଶ୍ୱର ୧ ନମ୍ବର ଦେଶରେ ପରିଣତ ହୋଇଛି। ଭାରତରେ ୮୩ ହଜାର ୩୪୧ ଏବଂ ବ୍ରାଜିଲରେ ୪୪ ହଜାର ୭୨୮ ଦୈନିକ ସଂକ୍ରମିତ ହୋଇଥିବାବେଳେ ଯୁକ୍ତରାଷ୍ଟ୍ର ଆମେରିକାରେ ୪୪ ହଜାର ୫୦୭ ନୂଆ ସଂକ୍ରମିତ ହୋଇଛନ୍ତି।
Also Read :
ଓଡ଼ିଶାରେ ପୁଣି ୩୨୬୭ କରୋନା ପଜିଟିଭ ଚିହ୍ନଟ,କେବଳ ଖୋର୍ଦ୍ଧାରୁ ୮୫୯ଚିହ୍ନଟ
ଭାରତରେ ଆପ୍ ବ୍ୟାନ ନିଷ୍ପତ୍ତିକୁ ନେଇ ଚୀନ୍ ବିଚଳିତ, କହୁଛି କିଛି ଭଲ ହେଲାନି,ଆମ ସ୍ୱାର୍ଥର କ୍ଷତି
Pingback: ରାଜ୍ୟରେ ଆଜି ୨୯୮୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ,ମୋଟ ସୁସ୍ଥ ୯୦ହଜାର ପାର : MAHIMALIVE
Pingback: ଭାରତରେ ସ୍ଥିତି ଅସମ୍ଭାଳ,ଗତ ୨୪ ଘଣ୍ଟାରେ ୯୦ ହଜାର ପାର : MAHIMALIVE
Pingback: କୋଭିଡ୍-୧୯ ମୁକାବିଲା ପାଇଁ ଉତ୍ତରପ୍ରଦେଶର ସର୍ବୋତ୍ତମ ଚିନ୍ତାଧାରା : MAHIMALIVE