ଆଜି ରାଜ୍ୟରେ ୪୦୫୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ,ମୋଟ ସୁସ୍ଥ ହେଲେ ୭୭,୨୮୬
ଭୁବନେଶ୍ଵର:ରାଜ୍ୟରେ ଆଜି ଆଉ ୪୦୫୩ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୭୭ ହଜାର ୨୮୬ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।
ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ରାୟଗଡାରୁ ୬୦୮ଜଣ, କଟକ ଜିଲ୍ଲାରୁ ୪୬୮ ଜଣ,ଖୋର୍ଦ୍ଧା ଜିଲ୍ଲାରୁ ୩୭୦ଜଣ, ଯାଜପୁରରୁ ୩୩୯ ଜଣ,ଗଞ୍ଜାମ ଜିଲ୍ଲାରୁ ୨୩୩ଜଣ, ସୁନ୍ଦରଗଡ ଜିଲ୍ଲାରୁ ୨୧୭ ଜଣ, କୋରାପୁଟରୁ ୧୭୫ ଜଣ, ଭଦ୍ରକ ଜିଲ୍ଲାରୁ ୧୭୨ଜଣ, କଳାହାଣ୍ଡି ଜିଲାରୁ ୧୬୫ ଜଣ,ପୁରୀରୁ ୧୪୪ ଜଣ, ନୟାଗଡରୁ ୧୪୧ଜଣ, ମୟୁରଭଞ୍ଜ ରୁ ୧୨୮ଜଣ, ମାଲକାନଗିରି ଜିଲ୍ଲାରୁ ୧୨୦ ଜଣ, ବରଗଡ଼ରୁ ୧୦୦ଜଣ, ସମ୍ବଲପୁରରୁ ୯୨ଜଣ, , ବାଲେଶ୍ଵରରୁ ୮୩ ଜଣ, କନ୍ଧମାଳରୁ ୭୯ ଜଣ, ଢେଙ୍କାନାଳରୁ ୬୬ ଜଣ, ବଲାଙ୍ଗୀରରୁ ୬୨ଜଣ, ନବରଙ୍ଗପୁରରୁ ୫୨ଜଣ, କେନ୍ଦ୍ରାପଡାରୁ ୫୦ ଜଣ, ଗଜପତିରୁ ୪୮ଜଣ, ଜଗତସିଂପୁରରୁ ୩୫ ଜଣ, କେଉଁଝରରୁ ୨୯ ଜଣ, ସୋନପୁର ଓ ଦେଓଗଡରୁ ୧୩ ଜଣ ଲେଖାଏଁ, ନୂଆପଡ଼ା ରୁ ୯ ଜଣ, ବୌଦ୍ଧରୁ ୬ ଜଣ ଏବଂ ଅନୁଗୋଳରୁ ଜଣେ ସୁସ୍ଥ ହୋଇଛନ୍ତି।
ରାଜ୍ୟରେ ଆଜି ୧୦କରୋନା ଜନିତ ମୃତ,ମୃତ୍ୟୁ ସଂଖ୍ୟା ୪୯୨କୁ ବୃଦ୍ଧି ହୋଇଛି।
Also Read:
ପ୍ରଶାନ୍ତ ଭୂଷଣଙ୍କ ଉପରେ ୧ଟଙ୍କା ଜରିମାନା କଲେ ସୁପ୍ରିମକୋର୍ଟ,ଆସନ୍ତୁ ଜାଣିବା ପ୍ରଥମରୁ ପୁରା ଘଟଣା କଣ ଥିଲା