ଆଜି ରାଜ୍ୟରେ ରେକର୍ଡ ୨୫୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ,ମୋଟ ସୁସ୍ଥ ୫୬ ହଜାର ୯୨୪
ଭୁବନେଶ୍ଵର : ରାଜ୍ୟରେ ଆଜି ଆଉ ୨୫୧୯ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୫୬ ହଜାର ୯୨୪କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।
ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୪୨୮ ଜଣ, ବାଲେଶ୍ଵରରୁ ୨୭୬ଜଣ,ଗଞ୍ଜାମ ଜିଲ୍ଲାରୁ ୨୩୭ ଜଣ, କଟକରୁ ୧୫୨ ଜଣ, ରାୟଗଡ଼ାରୁ ୧୪୪ ଜଣ, ଭଦ୍ରକରୁ ୧୪୦ଜଣ,ସୁନ୍ଦରଗଡ ଜିଲ୍ଲାରୁ ୧୩୮ଜଣ, କୋରାପୁଟରୁ ୯୮ ଜଣ, ପୁରୀରୁ ୯୭ ଜଣ, ନୟାଗଡ ରୁ ୯୬ ଜଣ, ବଲାଙ୍ଗୀରରୁ ୮୫ ଜଣ, ଢେଙ୍କାନାଳରୁ ୬୧ଜଣ,କନ୍ଧମାଳରୁ ୬୦ଜଣ, ସମ୍ବଲପୁରରୁ ୫୯ ଜଣ, ଯାଜପୁରରୁ ୫୮ ଜଣ, ମୟୁରଭଞ୍ଜ ରୁ ୫୪ ଜଣ,ବରଗଡ଼ ରୁ ୫୩ ଜଣ, ଜଗତସିଂପୁରରୁ ୫୩ ଜଣ,ମାଲକାନଗିରି ଜିଲ୍ଲାରୁ ୫୨ଜଣ, ଗଜପତିରୁ ୪୨ଜଣ, ନବରଙ୍ଗପୁରରୁ ୩୧ଜଣ, କଳାହାଣ୍ଡି ଜିଲାରୁ ୨୩ ଜଣ, କେନ୍ଦ୍ରାପଡ଼ାରୁ ୨୨ଜଣ,କେଉଁଝର ଓ ଦେଓଗଡ ଜିଲ୍ଲାରୁ ୧୯ଜଣ ଲେଖାଏଁ, ଝାରସୁଗୁଡାରୁ ୧୮ ଜଣ, ଅନୁଗୋଳ ଜିଲାରୁ ୩ଜଣ, ବୌଦ୍ଧ ରୁ ଜଣେ ସୁସ୍ଥ ହୋଇଛନ୍ତି।
ରାଜ୍ୟରେ ଆଜି ୧୦କରୋନା ଜନିତ ମୃତ ,ମୃତ୍ୟୁ ସଂଖ୍ୟା ୪୧୯କୁ ବୃଦ୍ଧି ହୋଇଛି।
Also Read:
ଓଡ଼ିଶାରେ ରେକର୍ଡ ସଂଖ୍ୟକ ୨୯୪୯ଜଣ କରୋନା ପଜିଟିଭ ଚିହ୍ନଟ,କେବଳ କଟକରୁ “୫୮୯”
୭୩ ଦିନ ମଧ୍ୟରେ କୋଭିଶିଲ୍ଡ ଟୀକା ପାଇବା ଉପରେ ସେରମ୍ ଇନଷ୍ଟିଚ୍ୟୁଟ୍ ର ବିବୃତ୍ତି