Breaking Newsଜାତୀୟ

୧୫ ଦିନରେ ଆରମ୍ଭ ହେବ ‘ପ୍ରୋଜେକ୍ଟ ଡଲ୍‌ଫିନ’:ପରିବେଶ ମନ୍ତ୍ରୀ

Share this:

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଘୋଷିତ ଗାଙ୍ଗେଟିକ୍ ନଦୀ ଡଲଫିନ୍ ସଂରକ୍ଷଣ ପାଇଁ ଏକ ପ୍ରକଳ୍ପ ୧୫ ଦିନ ମଧ୍ୟରେ ଆରମ୍ଭ ହେବ ବୋଲି କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ସୋମବାର କହିଛନ୍ତି।

ପ୍ରଧାନମନ୍ତ୍ରୀ ୭୪ତମ ସ୍ୱାଧୀନତା ଦିବସ ଭାଷଣରେ ପ୍ରୋଜେକ୍ଟ ଡଲ୍‌ଫିନ ବିଷୟରେ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ଦ୍ଵାରା ଜୈବ ବିବିଧତାକୁ ବୃଦ୍ଧି କରିବ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ଏହି ପ୍ରକଳ୍ପ ଦ୍ୱାରା ଦେଶରେ ଡଲ୍‌ଫିନଙ୍କ ସୁରକ୍ଷା ଏବଂ ବିକାଶ ପାଇଁ କାର୍ଯ୍ୟ କରାଯିବ। ପନ୍ଦର ଦିନ ମଧ୍ୟରେ ଏକ ସାମଗ୍ରିକ ପ୍ରୋଜେକ୍ଟ ଡଲ୍‌ଫିନ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହାଦ୍ୱାରା ଦେଶର ନଦୀ ଓ ସମୁଦ୍ରରେ ଡଲ୍‌ଫିନଙ୍କ ସୁରକ୍ଷା ଓ ବିକାଶ ସମ୍ଭବ ହେବ ବୋଲି ଶ୍ରୀ ଜାଭଡେକର କହିଛନ୍ତି।

ସେ କହିଛନ୍ତି ଯେ ଏହି ଡଲ୍‌ଫିନ ପ୍ରୋଜେକ୍ଟରେ ଆଧୁନିକ ଟେକ୍ନୋଲଜିର ପ୍ରୟୋଗ କରାଯିବ। ସେମାନଙ୍କର ନିର୍ଭୁଲ ଗଣତି ଏବଂ ଶିକାରକୁ ରୋକିବା ପାଇଁ ଏହି ଟେକ୍ନୋଲଜି ସହାୟକ ହେବ। ନଦୀ ଓ ସମୁଦ୍ର ଉପରେ ନିର୍ଭର କରୁଥିବା ଜନସମୁଦାୟ ଏବଂ ମତ୍ସ୍ୟଜୀବୀମାନଙ୍କୁ ଏହି ପ୍ରକଳ୍ପରେ ସାମିଲ କରାଯିବ। ପ୍ରୋଜେକ୍ଟ ଡଲ୍‌ଫିନ ଦ୍ୱାରା ଜୀବିକା ଅର୍ଜନ ପାଇଁ ନଦୀ ଓ ସମୁଦ୍ର ଉପରେ ନିର୍ଭର କରୁଥିବା ଲୋକେ ଯେପରି ଅସୁବିଧାରେ ନ ପଡନ୍ତି ତାହାର ମଧ୍ୟ ବନ୍ଦୋବସ୍ତ କରାଯିବ। ଏହି ପ୍ରକଳ୍ପ ସହିତ ନଦୀ ଓ ସାମୁଦ୍ରିକ ପ୍ରଦୂଷଣ ରୋକିବାକୁ ମଧ୍ୟ ଉଦ୍ୟମ ହେବ।

Share this: