ଭାରତରେ ଗତ ୨୪ ଘଣ୍ଟାରେ ୫୦ ହଜାରରୁ ଅଧିକ କରୋନାରେ ସଂକ୍ରମିତ
ନୂଆଦିଲ୍ଲୀ:ଭାରତରେ ଦିନକୁଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୫୩ ହଜାର ୬୦୧ ଟି ନୂଆ କରୋନା ଭୂତାଣୁ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଏଥିସହିତ ୨୪ ଘଣ୍ଟାରେ ୮୭୧ ଜଣଙ୍କର ମୃତ୍ୟୁ ହୋଇଛି।
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୁତ୍ରରୁ ମିଳିଥିବା ସର୍ବଶେଷ ତଥ୍ୟ ଅନୁଯାୟୀ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୨୨ଲକ୍ଷ ୬୮ ହଜାର ୬୭୫। ଏହା ମଧ୍ୟରୁ ୬ଲକ୍ଷ ୩୯ ହଜର ୯୨୯ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୪୫ହଜାର ୨୫୭ ରେ ପହଞ୍ଚିଛି । ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୧୫ଲକ୍ଷ ୮୩ ହାଜର ୪୮୯ ରେ ପହଞ୍ଚିଛି । ସରକାର କହିଛନ୍ତି ଯେ ମୃତ୍ୟୁ ହାର ଦୁଇ ପ୍ରତିଶତରୁ ୧.୯୯ % କୁ ହ୍ରାସ ପାଇଥିବାବେଳେ ୬୯.୮୦ % ଲୋକ ସୁସ୍ଥ ହୋଇଛନ୍ତି।