Breaking Newsଦେଶ ବିଦେଶ

ଲେବାନନ: ବେରୁଟ ବିସ୍ଫୋରଣ ମାମଲାରେ ୧୬ ଜଣ ଅଟକ

Share this:

ଲେବାନନ୍ ରାଷ୍ଟ୍ରାୟତ୍ତ ନ୍ୟୁଜ୍ ଏଜେନ୍ସି ଖବର ଅନୁସାରେ, ଏହି ସପ୍ତାହରେ ବିସ୍ଫୋରଣ ମାମଲାରେ ବେରୁଟ ବନ୍ଦରର ୧୬ ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଛି।  ଏଥିସହିତ ଏପର୍ଯ୍ୟନ୍ତ ୧୮ ଜଣଙ୍କୁ ପଚରାଉଚରା କରାଯାଇଛି। ଏମାନେ ସମସ୍ତେ ବନ୍ଦର ଏବଂ କଷ୍ଟମ୍ସ ଅଧିକାରୀ ଏବଂ କର୍ମଚାରୀ। ମଙ୍ଗଳବାର ବିସ୍ଫୋରଣ ପରେ ତୁରନ୍ତ ତଦନ୍ତ ଆରମ୍ଭ ହୋଇଛି ଏବଂ ସମସ୍ତ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉଛି।

ବେରୁଟ ବିସ୍ଫୋରଣରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ଶହେ  ରୁ ଅଧିକ ଏବଂ ଆହତଙ୍କ ସଂଖ୍ୟା ୪ ହଜାରରୁ ଅଧିକ ହୋଇପାରେ। ଲେବାନନ୍ ରେଡ୍ କ୍ରସ୍ ସୋସାଇଟି ଏହି ଆଶଙ୍କା ପ୍ରକାଶ କରିଛି। ସୋସାଇଟି ସେକ୍ରେଟେରୀ ଜେନେରାଲ୍ ଜର୍ଜ କେଟାନେହ  ଏଲବିସିଆଇ  ନ୍ୟୁଜ୍ ଚ୍ୟାନେଲକୁ କହିଛନ୍ତି, ଆମର ଚାରି ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ କେତେକ ଗୁରୁତରଭାବେ  ଆହତ ହୋଇଛନ୍ତି। ଏହା ସହିତ, ଏହି ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ଶହେରୁ ଅଧିକ ହୋଇପାରେ।  କିଛି ଲୋକ ଏବେବି ଭାଙ୍ଗିଯାଇଥିବା ଅଟ୍ଟାଳିକାର ଅଳିଆ ଗଦାରେ ପୋତି ହୋଇ ରହିଛନ୍ତି ବୋଲି ଅନୁମାନ କରାଯାଉଛି।

ସେ କହିଛନ୍ତି ଯେ ଭାଙ୍ଗିପଡିଥିବା ଅଟ୍ଟାଳିକାର ଧ୍ୱଂସାବଶେଷରେ ମୃତ୍ୟୁବରଣ କରୁଥିବା, ଆହତ ତଥା ପୋତି ହୋଇଥିବା ଲୋକଙ୍କ ବିଷୟରେ ରେଡକ୍ରସ ସୋସାଇଟିକୁ ବାରମ୍ବାର କଲ ଆସୁଛି। ଆହତମାନଙ୍କୁ ବେରୁଟ ବାହାରେ ଥିବା ଡାକ୍ତରଖାନା ପଠାଇବାକୁ ସେ ସରକାରଙ୍କୁ ନିବେଦନ କରିଛନ୍ତି କାରଣ ଏଠାରେ ଥିବା ଡାକ୍ତରଖାନାଗୁଡ଼ିକ ଆହତମାନଙ୍କ ଦ୍ବାରା ପରିପୂର୍ଣ୍ଣ ହୋଇଯାଇଛି।

ସୂଚନାଯୋଗ୍ୟ ଲେବାନାନର ରାଜଧାନୀ ବେରୁଟରେ ମଙ୍ଗଳବାର ଦିନ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। ବର୍ତ୍ତମାନ ଆମେରିକା ସମେତ ଅନେକ ଦେଶ ସହଯୋଗର ହାତ ବଢେଇଛନ୍ତି।

Share this: