ଅହମ୍ମଦାବାଦ କୋଭିଡ଼-୧୯ ହସ୍ପିଟାଲ ଅଗ୍ନିକାଣ୍ଡରେ ୮ ମୃତ ;ପ୍ରଧାନମନ୍ତ୍ରୀଙ୍କ ଦୁଃଖପ୍ରକାଶ ,ମୃତକଙ୍କ ପରିଜନଙ୍କୁ ମିଳିବ ୨ ଲକ୍ଷ ସହାୟତା

Share this:

ଅହମ୍ମଦାବାଦ : ଅହମ୍ମଦାବାଦର କୋଭିଡ -୧୯ଡାକ୍ତରଖାନାରେ ଘଟିଥିବା ଅଗ୍ନିକାଣ୍ଡରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁଃଖଦ ଘଟଣା କୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଦୁଃଖ ପ୍ରକାଶ କରିଛନ୍ତି।

ଗତକାଲି ରାତିରେ ଗୁଜୁରାଟର ଅହମ୍ମଦାବାଦରେ ଡାକ୍ତରଖାନାରେ ଅଗ୍ନିକାଣ୍ଡରେ ଆଠ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଯେଉଁ ହସ୍ପିଟାଲରେ ଏହି ଦୁର୍ଘଟଣା ଘଟିଥିଲା ​​ତାହାର ନାମ ଶ୍ରେୟ ହସ୍ପିଟାଲ, ଯାହାକୁ କୋଭିଡ -୧୯  ହସ୍ପିଟାଲ କରାଯାଇଥିଲାଏଠାରେ  କରୋନା ଭୂତାଣୁ ସଂକ୍ରମିତ ରୋଗୀ ଚିକିତ୍ସିତ ହେଉଥିଲେ।

ସୂଚନା ଅନୁଯାୟୀ, ଏହି କୋଭିଡ଼୧୯ ହସ୍ପିଟାଲ ପ୍ରାୟ ୫୦ଜଣ କରୋନା ରୋଗୀ ଚିକିତ୍ସିତ ହେଉଥିଲେ। ଗତକାଲି ରାତି ୩ ଟାରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା। ଅଗ୍ନିଶମ ବାହିନୀକୁ ଡାକିବାକୁ ବହୁତ ବିଳମ୍ବ କରିଦେଇଥିଲେ। ରୋଗୀଙ୍କୁ ଅପସାରଣରେ ବହୁତ ବିଳମ୍ବ ହୋଇଥିଲା କାରଣ ସେମାନେ କରୋନା ସଂକ୍ରମିତ ହୋଇଥିଲେ ବୋଲି ଅଭିଯୋଗ ହେଉଛି। ସେଠାରୁ ୪୦ ଜଣ ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଏହି ଘଟଣାକୁ ଗଭୀରତାସହ  ଅନୁଧ୍ୟାନ କରି ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏବଂ ତିନି ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ପ୍ରଦାନ ପାଇଁ ଆଦେଶ ଦେଇଛନ୍ତି।ଏହି ତଦନ୍ତ ୨ଜଣ ଆଇଏସ, ଗୃହବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ସହରୀ ବିକାଶ ବିଭାଗ କରିବ। ରୋଗୀମାନେ ଅଭିଯୋଗ କରିଛନ୍ତି ଯେ ଡାକ୍ତରଖାନାର ଅବହେଳା ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ଡାକ୍ତରଖାନାରୁ ସକାଳ ପର୍ଯ୍ୟନ୍ତ କୌଣସି ସୂଚନା ମିଳି ନଥିଲା। ମୃତକଙ୍କ ମଧ୍ୟରେ ତିନି ଜଣ ମହିଳା ଏବଂ ପାଞ୍ଚ ଜଣ ପୁରୁଷ ଅଛନ୍ତି। ଆଇସିୟୁରେ ମୋଟ ୯ ରୋଗୀ ଚିକିତ୍ସିତ ହେଉଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ଦୁଃଖ ପ୍ରକାଶ କରି ମୃତକଙ୍କ ପରିବାରକୁ ସାନ୍ତ୍ୱନା ଦେଇଛନ୍ତି। ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ଜାତୀୟ ଆପଦା କୋଷ (PMNRF)ରୁ ୨ ଲକ୍ଷ ଏବଂ ସାମାନ୍ୟ ଆଘାତ ପ୍ରାପ୍ତକୁ ୫୦ ହଜାର ଟଙ୍କାର ସହାୟତା ମିଳିବ।

Share this: