କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରୋନା ରିପୋର୍ଟ୍ ପଜିଟିଭ,ହସ୍ପିଟାଲ ରେ ଭର୍ତ୍ତି
ନୂଆଦିଲ୍ଲୀ : କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଦିନ କରୋନା ଭାଇରସ ପରୀକ୍ଷା କରାଯାଇଥିଲା ଓ ରିପୋର୍ଟ୍ ପଜିଟିଭ୍ ଆସିଛି ଏବଂ ତାଙ୍କୁ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ଗଣମାଧ୍ୟମ ରିପୋର୍ଟ କରିଛି।
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତର ଦ୍ୱିତୀୟ କେନ୍ଦ୍ର ମନ୍ତ୍ରୀ ଯିଏକି କୋଭିଡ -୧୯ ରେ ସଂକ୍ରମିତ ହୋଇଛନ୍ତି। ତାଙ୍କୁ ଗୁରୁଗାଁଓସ୍ଥିତ ମେଦାନ୍ତ ହସପିଟାଲରେ ଭର୍ତ୍ତି କରାଯାଇଛି । ପୂର୍ବରୁ ତାଙ୍କର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ସେ ଏକାନ୍ତବାସରେ ଥିଲେ। ଗତକାଲି ତାଙ୍କର ନମୁନା ପରୀକ୍ଷଣ ପାଇଁ ନିଆଯାଇଥିଲା। ଆଜି ତାହା କରୋନା ପଜିଟିଭ ଥିବା ଜଣାପଡ଼ିଛି ।
#COVID19 ର ଲକ୍ଷଣ ଦେଖାଯିବା କାରଣରୁ ମୁଁ ପରୀକ୍ଷା କରିଥିଲି । ରିପୋର୍ଟ ପଜିଟିଭ୍ ଆସିଛି । ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ହସ୍ପିଟାଲରେ ଭର୍ତ୍ତି ହୋଇଛି ଏବଂ ସୁସ୍ଥ ଅଛି ।
— Dharmendra Pradhan (@dpradhanbjp) August 4, 2020