Breaking Newsଓଡ଼ିଶା ଅନୁଗୋଳ ଜିଲ୍ଲାରେ ୩୧ଅଗଷ୍ଟ ପର୍ଯ୍ୟନ୍ତ ସମସ୍ତ ସାପ୍ତାହିକ ହାଟ ବନ୍ଦ July 31, 2020 MahimaLive Share this: ଅନୁଗୋଳ : କୋଭିଡ଼ -୧୯ ଭୂତାଣୁ ମହାମାରୀକୁ ରୋକିବା ପାଇଁ କଠୋର ସାମାଜିକ ଦୂରତା ଏବଂ ସଂଗରୋଧ ପଦକ୍ଷେପ ଗ୍ରହଣ କରିବା ଜରୁରୀ ଅଟେ। ଯାହା ଭାରତ ସମେତ ବିଶ୍ଵର ଅନେକ ଦେଶରେ ହଇଚଇ ସୃଷ୍ଟି କରୁଛି। କୋରୋନା ମହାମାରୀକୁ ରୋକିବା ପାଇଁ ଅନୁଗୋଳ ଜିଲ୍ଲାରେ ଆସନ୍ତା ଅଗଷ୍ଟ ୩୧ତାରିଖ ପର୍ଯ୍ୟନ୍ତ ସମସ୍ତ ସାପ୍ତାହିକ ହାଟ ଏବଂ ମାର୍କେଟଗୁଡିକ ବନ୍ଦ ରହିବ। ଜିଲ୍ଲାର ସମସ୍ତ ଦୋକାନଗୁଡିକ ସମୟ ସକାଳ ୭ ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ କେବଳ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଖୋଲା ରହିବ। ଯେଉଁ ଦୋକାନୀମାନେ ସାମାଜିକ ଦୂରତା ବଜାୟ ରଖିବାରେ ବିଫଳ ହୁଅନ୍ତି, ସେହି ଦୋକାନଗୁଡିକ କର୍ତ୍ତୃପକ୍ଷଙ୍କ ଦ୍ୱାରା ସିଲ୍ କରାଯିବ। ଜାତୀୟ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ, ଅନୁଗୋଳ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ମନୋଜ କୁମାର ମହାନ୍ତି ଆଜି ତୁରନ୍ତ ପ୍ରଭାବ ସହିତ ଏହି ଆଦେଶ କାର୍ଯ୍ୟକାରୀ ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। From The Web Share this: