ଓଡ଼ିଶାରେ ରେକର୍ଡ ସଂଖ୍ୟକ ୧୫୯୪ କରୋନା ପଜିଟିଭ ଚିହ୍ନଟ; କେବଳ ଗଞ୍ଜାମ ଏବଂ ଖୋର୍ଦ୍ଧା ରେ ୧୦୫୨
ରାଜ୍ୟରେ ଆଜି ୧୫୯୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟରରୁ ୧୦୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୫୨୭ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ୨୮ ଟି ଜିଲାରୁ କୋଭିଡ଼-୧୯ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୭୩୨ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରେ ୩୨୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କଟକ ରୁ ୧୩୬ଜଣ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୫୬ ଜଣ ଆକ୍ରାନ୍ତ ହୋଇଛନ୍ତି। କନ୍ଧମାଳ ରୁ ୧୭ ଜଣ ,କୋରାପୁଟ ରୁ ୩୩ ଜଣ , କେଉଁଝର ରୁ ୨୦ ଜଣ ଓ କଳାହାଣ୍ଡି ରୁ ଜଣେ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୯ ଜଣ ସଂକ୍ରମିତ ହୋଇଛନ୍ତି। ଯାଜପୁର ଜିଲ୍ଲାରୁ୫ ଜଣ ସଂକ୍ରମିତ ହୋଇଛନ୍ତି। ଜଗତସିଂହପୁର ରୁ ୩ ଜଣ , ଝାରସୁଗୁଡା ଜିଲ୍ଲାରୁ ୮ ଜଣ ସଂକ୍ରମିତ ହୋଇଛନ୍ତି। ବାଲେଶ୍ବର ରୁ ୨୨ ଜଣ,ବରଗଡ଼ ରୁ ୮ଜଣ ଜଣ, ବଲାଙ୍ଗୀରି ରୁ ୬ଜଣ ,ବୌଦ୍ଧ ରୁ ୪୧ଜଣ ଏବଂ ଭଦ୍ରକ ରୁ ୬ ଜଣ ସଂକ୍ରମିତ ହୋଇଛନ୍ତି।ଗଜପତି ରୁ ୩ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀ ରୁ ୩୦ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁର ରୁ ୧୩ ଜଣ ଓ ସୋନପୁର ରୁ ୪ଜଣ ସଂକ୍ରମିତ ହୋଇଛନ୍ତି। ନବରଙ୍ଗପୁର ରୁ ୩ ଜଣ, ନୟାଗଡ ରୁ ୧୦ଜଣ ଏବଂ ନୂଆପଡ଼ା ରୁ ଜଣେ ସଂକ୍ରମିତ ହୋଇଛନ୍ତି।ଢେଙ୍କାନାଳ ରୁ ୨ଜଣ ସଂକ୍ରମିତ ହୋଇଛନ୍ତି। ଅନୁଗୋଳ ରୁ ୧୦ ଜଣ ସଂକ୍ରମିତ ହୋଇଛନ୍ତି। ମୟୂରଭଞ୍ଜ ରୁ ୩୨ ଜଣ ଓ ମାଲକାନଗିରି ରୁ ୯ ଜଣ ସଂକ୍ରମିତ ହୋଇଛନ୍ତି।
ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୪ ଲକ୍ଷ ୩୩ହଜାର ୫୭୮ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୨୨ ହଜାର ୬୯୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ଛନ୍ତି। ୧୪ ହଜାର ୩୯୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮ ହଜାର ୧୪୮ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।