ଓଡ଼ିଶାରେ ଆଜି ୬ କରୋନା ଆକ୍ରାନ୍ତ ମୃତ

Share this:

ଭୁବନେଶ୍ଵର: ରାଜ୍ୟରେ କରୋନା ଭୂତାଣୁ ଆଉ ୬ ଙ୍କ ଜୀବନ ନେଇଛି। ସେମାନଙ୍କ ମଧ୍ୟରୁ ୪ ଜଣ ପୁରୁଷ  ଥିବାବେଳେ  ୨ ଜଣ ମହିଳା ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୧୪ କୁ ବୃଦ୍ଧି ପାଇଛି।

ଗଞ୍ଜାମ ଜିଲାର ମୃତକଙ୍କ ମଧ୍ୟରେ ଜଣେ ୪୧ ବର୍ଷୀୟ ଏବଂ ଜଣେ ୬୩ ବର୍ଷୀୟ ପୁରୁଷ ରହିଛନ୍ତି। ଉଭୟେ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ଅନ୍ୟ ଜଣେ ୫୭ ବର୍ଷୀୟ ପୁରୁଷ ମୃତୁବରଣ  କରିଛନ୍ତି  ଯଏକି ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ଥିଲେ। ଅନ୍ୟ ଜଣେ ୬୯ ବର୍ଷୀୟ ବୃଦ୍ଧ ଙ୍କ ମୃତ୍ୟୁ ହୋଇଛି। ସେହିପରି ଜଣେ ୫୧ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଛି। ସେ ମଧୁମେହରେ ପୀଡ଼ିତ ଥିଲେ। ସେହିପରି ଖୋର୍ଦ୍ଧା ଜିଲାର ୮୬ ବର୍ଷ ବୟସ୍କା ଜଣେ ମହିଳାଙ୍କ  ମୃତ ହୋଇଛି  ଏବଂ ସେ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

Share this: