ରାଜ୍ୟରେ ପୁଣି ୫୪୩ କରୋନା ପଜିଟିଭ ଚିହ୍ନଟ

Share this:

ରାଜ୍ୟରେ ଆଉ ୫୪୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୩୫୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୮୯ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୨୩ ଟି ଜିଲାରୁ କୋଭିଡ଼-୧୯ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୧୮୮ ଜଣ ଚିହ୍ନଟ ହୋଇଛନ୍ତି। ତା ତଳକୁ ଖୋର୍ଦ୍ଧାରେ  ଜିଲାରେ ୮୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ୫୨ ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି, କଟକ  ରୁ ୩୯ ଓ ମାଲକାନଗିରି ରୁ ୧୧ ଜଣ ଚିହ୍ନଟ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ଓ କେଉଁଝର ରୁ  ୨୨ ଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି। ଗଜପତି ଜିଲ୍ଲାରୁ ୨୯ ଜଣ ଆକ୍ରାନ୍ତ  ହୋଇଛନ୍ତି।  ସେହିପରି ଝାରସୁଗୁଡା ଜିଲ୍ଲାରୁ ୬ ଜଣ ସଂକ୍ରମିତ ହୋଇଛନ୍ତି।ରାୟଗଡ଼ା ଜିଲ୍ଲାରୁ ୨୪ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଜଗତସିଂପୁର  ଜିଲ୍ଲାରୁ ୧୫ ଜଣ ଆକ୍ରାନ୍ତ ହୋଇଛନ୍ତି। ପୁରୀ ଓ ବୌଦ୍ଧ ଜିଲ୍ଲାରୁ ୭  ଜଣ ଲେଖାଏଁ  ସଂକ୍ରମିତ ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୦ ଜଣ ସଂକ୍ରମିତ ହୋଇଛନ୍ତି। ବାଲେଶ୍ଵର  ଜିଲ୍ଲାରୁ ୮ ଜଣ ସଂକ୍ରମିତ ହୋଇଛନ୍ତି। ବଲାଙ୍ଗୀରି ଜିଲ୍ଲାରୁ ୫ ଜଣ ଓ ବରଗଡ଼ ଜିଲ୍ଲାରୁ ୩ ଜଣ ଆକ୍ରାନ୍ତ ହୋଇଛନ୍ତି। ସମ୍ବଲପୁର ଓ ଢେଙ୍କାନାଳ ଜିଲ୍ଲାରୁ ୨ ଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି। ଅନୁଗୋଳ,ଭଦ୍ରକ,ଯାଜପୁର ଓ ନୟଗଡ଼ ଜିଲ୍ଲାରୁ ଜଣେ ସଂକ୍ରମିତ ହୋଇଛନ୍ତି।

ଖବର ଅନୁସାରେ, ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୩ ଲକ୍ଷ ୪୭ ହଜାର ୨୨୬ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୪,୨୮୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୯,୨୫୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୪ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪,୯୨୯ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Share this: