ନିୟମିତ ଯୋଗାଭ୍ୟାସ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଓ ମାନସିକ ଶାନ୍ତି ଦିଏ : ନବୀନ ପଟ୍ଟନାୟକ

Share this:

କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାପାଳ ତଥା ଜିଲ୍ଲା ପ୍ରଶାସନକୁ ସ୍କଚ୍ ପୁରସ୍କାର ଲାଭ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ଵର (ମହିମା ଲାଇଭ ) : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ଯୋଗ ଭାରତୀୟ ପରମ୍ପରାର ଅନନ୍ୟ ସଂପଦ। ସୁସ୍ଥ ଓ ନିରାମୟ ଜୀବନଶୈଳୀ ପାଇଁ ସର୍ବୋତ୍ତମ ମାଧ୍ୟମ ଭାବରେ ଯୋଗ ଆଜି ସାରା ବିଶ୍ୱରେ ଆଦର ଲାଭ କରିଛି। ନିୟମିତ ଯୋଗାଭ୍ୟାସ ଦ୍ଵାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଘଟିବା ସହ ମାନସିକ ଶାନ୍ତି ମିଳିଥାଏ। ଏହା ଦ୍ଵାରା ମାନସିକ ଚାପ, ଦୁଶ୍ଚିନ୍ତା ଓ ଅବସାଦରୁ ମୁକ୍ତି ମିଳିଥାଏ । ଜୀବନଶୈଳୀଜନିତ ବିଭିନ୍ନ ରୋଗର ସଫଳ ନିୟନ୍ତ୍ରଣରେ ମଧ୍ୟ ଏହା ସହାୟକ ହୋଇଥାଏ। ନିୟମିତ ଯୋଗାଭ୍ୟସ କରି ଏକ ସୁସ୍ଥ ଓ ସମୃଦ୍ଧ ରାଷ୍ଟ୍ର ଗଠନରେ ନିଜର ଅବଦାନ ରଖିବା  ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆହ୍ମାନ ଜଣାଇଛନ୍ତି।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କନ୍ଧମାଳ ଜିଲ୍ଲାପାଳ ତଥା ଜିଲ୍ଲା ପ୍ରଶାସନକୁ ମାତ୍ର ସ୍ଵାସ୍ଥ୍ୟସେବା ବିକାଶ କ୍ଷେତ୍ରରେ ପ୍ରସୂତୀ ଯାନ, ବାଇକ୍ ଆମ୍ବୁଲାନ୍ସ ଓ ଜନନୀ ଅଟୋର ପରିଚାଳନା ପାଇଁ ସ୍ପଟ୍ ପୁରସ୍କାର ଲାଭ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାର ସ୍ଵାସ୍ଥ୍ୟସେବା କାର୍ଯ୍ୟକ୍ରମରେ ମାତୃ ସ୍ଵାସ୍ଥ୍ୟ ଉପରେ ଅଗ୍ରାକାର ଦିଆଯାଇଛି।

ସେହିପରି,ମାନ୍ୟବର ମୁଖ୍ୟମନ୍ତ୍ରୀ ନବରଙ୍ଗପୁର ଜିଲ୍ଲାପାଳ ତଥା ଜିଲ୍ଲା ପ୍ରଶାସନକୁ ସାମାଜିକ-ଅର୍ଥନୈତିକ ଅଭିବୃଦ୍ଧିରେକ୍ଷେତ୍ରଭିତ୍ତିକ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଉପଯୋଗ ନିମନ୍ତେ ସ୍କଚ  ପୁରସ୍କାର ଲାଭ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି । ତୃଣମୂଳ ସ୍ତରରେ ବିକାଶଧାରାକୁ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ବ୍ୟାପକ ଭାବରେ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ କରୁଛି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ।

Share this: