ଭାରତ ଓ ଚୀନ ମଧ୍ୟରେ ହିଂସାତ୍ମକ ସଂଘର୍ଷ : ଚାଇନା ସେନା କମାଣ୍ଡିଂ ଅଫିସର ସହିତ ୪୩ ନିହତ

Share this:

ଗାଲଭାନ ଉପତ୍ୟକା ନିକଟରେ ଭାରତ ଏବଂ ଚୀନ୍‌ର ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଚୀନ୍‌ ର  ବହୁତ  କ୍ଷତି ହୋଇଥିବାର ଖବର ମିଳିଛି। ସୀମା ନିକଟରେ ଉତ୍ତେଜନା ପ୍ରକାଶ ପାଇବା ପରେ ବହୁ ସଂଖ୍ୟକ ଆମ୍ବୁଲାନ୍ସ, ଆହତ ଏବଂ ମୃତ ଚୀନ୍ ସୈନିକ କୁ ଷ୍ଟ୍ରେଚରରେ ନିଆଯାଉଥିବା ର ଦୃଶ୍ୟ ଦେଖିବାକୁ ମିଳୁଛି।

କୁହାଯାଉଛି ଯେ ଚାଇନାରେ ୪୦  ରୁ ଅଧିକ ସୈନିକ ଙ୍କ ର ମୃତ୍ୟୁ ହୋଇଛି। ତେବେ ଚୀନ୍ ଏହାକୁ ଜଣାଇ ନାହିଁ। ଏହି ଘଟଣାରେ ଚୀନ୍‌ର ଜଣେ କମାଣ୍ଡିଂ ଅଫିସର ମଧ୍ୟ ନିହତ ହୋଇଛନ୍ତି  ଯେ ଏହି ସଂଘର୍ଷର ନେତୃତ୍ୱ ନେଉଥିଲେ। ଏହି ସଂଘର୍ଷରେ ଭାରତୀୟ ସେନାର କମାଣ୍ଡିଂ ଅଫିସର ମଧ୍ୟ ଶହୀଦ ହୋଇଛନ୍ତି।

ଅନ୍ୟପକ୍ଷରେ, ଭାରତୀୟ ସେନାର ସରକାରୀ ବିବୃତ୍ତିରେ ଏହି ଏନକାଉଣ୍ଟରରେ ୨୦ ଭାରତୀୟ ସୈନ୍ୟ ଶହୀଦ ହୋଇଥିବା ସୂଚନା ଦିଆଯାଇଛି। ପ୍ରଥମେ , ତିନିଜଣଙ୍କ ଶହୀଦ ବିଷୟରେ ସୂଚନା ପ୍ରକାଶ ପାଇଲା, ଯାହା ପରେ ଅନ୍ୟ ୧୭  ଜଣଙ୍କୁ ଯୋଗ କରାଯାଇଥିଲା।  

Share this: