Subhadra Yojana Installment In 2026: ଆଜି ମିଳିଲା ପୁଣି ସୁଭଦ୍ରା କିସ୍ତି
ଭୁବନେଶ୍ଵର: Subhadra Yojana Installment In 2026 ହିଳା ଓ ଶିଶୁ ବିକାଶ ବିଭାଗର ପୂର୍ବ ଘୋଷଣା ଅନୁସାରେ ଆଜି ‘ସୁଭଦ୍ରା’ ଯୋଜନା ଅଧୀନରେ ୪,୫୭,୬୮୧ ଜଣ ହିତାଧିକାରୀଙ୍କୁ କିସ୍ତି ଟଙ୍କା ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ (Mohan Charan Majhi) ୩୧୫ କୋଟି ଟଙ୍କାରୁ ଅଧିକ ସହାୟତା ରାଶି ମୁକ୍ତ କରିଛନ୍ତି । ଭୁବନେଶ୍ୱର ସ୍ଥିତ ଓୟୁଏଟି ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସେ ହିତାଧିକାରୀଙ୍କୁ ଏହି ଆର୍ଥିକ ସହାୟତା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା (Pravati Parida) ମଧ୍ୟ ଉପସ୍ଥିତ ରହି ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ କିସ୍ତି ଟଙ୍କା ସିଧାସଳଖ ପଠାଇଛନ୍ତି।
ଆଜି ‘ସୁଭଦ୍ରା’ ଯୋଜନାରେ (Subhadra Yojana) ସର୍ବମୋଟ ୪,୫୭,୬୮୧ ଜଣ ହିତାଧିକାରୀ ସମ୍ମିଳିତ ହୋଇଛନ୍ତି । ସେଥିମଧ୍ୟରୁ ୧,୭୮,୩୯୮ ଜଣ ନୂତନଭାବେ ପଞ୍ଜିକୃତ ହୋଇଥିବା ହିତାଧିକାରୀ, ଯେଉଁମାନେ ଗୋଟିଏ କିସ୍ତି ଟଙ୍କା ପାଇଛନ୍ତି । ଏହା ସହିତ, ପୂର୍ବରୁ କିଛି କାରଣରୁ ବାଦ୍ ପଡ଼ିଥିବା ଏବଂ ପରେ ଅଭିଯୋଗ ଶୁଣାଣି ପରେ ଯୋଡ଼ାଯାଇଥିବା ୨୪,୦୧୮ ଜଣ ହିତାଧିକାରୀଙ୍କୁ ମଧ୍ୟ କିସ୍ତି ଟଙ୍କା ପ୍ରଦାନ କରାଯାଇଛି ।
ସୂଚନାଯୋଗ୍ୟ, ବୈଷୟିକ ତ୍ରୁଟି କାରଣରୁ ପୂର୍ବରୁ ବାଦ୍ ପଡ଼ିଥିବା ୨,୫୫,୨୨୬ ଜଣ ହିତାଧିକାରୀଙ୍କୁ ପୁନଃ ଯୋଡ଼ାଯାଇଛି । ଏହି ହିତାଧିକାରୀମାନେ ପୂର୍ବରୁ ପ୍ରଥମ ଓ ଦ୍ବିତୀୟ କିସ୍ତି ପାଇନଥିଲେ, କିନ୍ତୁ ତୃତୀୟ କିସ୍ତି ପାଇଥିବାରୁ ଏଥର ସେମାନଙ୍କୁ ଏକକାଳୀନ ଭାବେ ଦୁଇଟି କିସ୍ତିର ମୋଟ ୧୦ ହଜାର ଟଙ୍କା ଦିଆଯାଇଛି ।
Also Read | Subhadra Yojana Installment In 2026: ଆଜି ମିଳିଲା ପୁଣି ସୁଭଦ୍ରା କିସ୍ତି
