CORONA UPDATESBreaking Newsଜାତୀୟ

Covid India Cases Today: ଭାରତରୁ ଆଜି ୨୨୬ କୋଭିଡ ପଜିଟିଭ ଚିହ୍ନଟ

Share this:

ନୂଆଦିଲ୍ଲୀ: Covid India Cases Today ଚୀନରେ କରୋନା ସଂକ୍ରମଣଙ୍କୁ ଉଦବେଗ ପ୍ରକାଶ ପାଉଥିବାବେଳେ ଭାରତରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ଦିନେ ବଢୁଛି। ଦେଶରେ ଗତ ୨୪ ଘଣ୍ଟାରେ ୨୨୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଆଜି ଦେଶରେ ଦୈନିକ ସଂକ୍ରମଣ ୩ ଶହ ତଳେ ରହିଛି। ଗୋଟିଏ ଦିନ ତଳେ ଏହା ୨୫୩ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧ରେ ପହଞ୍ଚିଛି ଯାହା ଓଡିଶାରୁ ରିପୋର୍ଟ୍ ହୋଇଛି। ଏକ ଦିନ ତଳେ ଏହା ୩ ଥିଲା। ଆଜି ଦେଶରେ ମୋଟ ସକ୍ରିୟ ମାମଲା କମି ୪ ହଜାର ୫୨୯ରେ ପହଞ୍ଚିଛି।

ସେହିପରି ଗତ ୨୪ ଘଣ୍ଟାରେ ଦେଶରୁ ୬୮ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮ ପ୍ରତିଶତ ରହିଛି। ସେହିପରି ସକ୍ରିୟ ମାମଲା ୦.୦୧ ପ୍ରତିଶତ ରହିଛି। ଅପରପକ୍ଷରେ ମୃତ୍ୟୁ ହାର କମି ୧.୧୯ ପ୍ରତିଶତରେ ପହଞ୍ଚିଛି। ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୩୦ ହଜାର ୬୨୮ ରହିଛି। କରୋନା ସଂକ୍ରମଣ ବର୍ତ୍ତମାନ ସୁଦ୍ଧା ମୋଟ ୪ କୋଟି ୪୬ ଲକ୍ଷ ୭୩ ହଜାର ୧୬୬ ଜଣଙ୍କୁ ସଂକ୍ରମିତ (Covid India Cases Today) କରିଛି। ସେହିପରି କରୋନା ମହାମାରୀରୁ ମୋଟ ୪ କୋଟି ୪୧ ଲକ୍ଷ ୩୮ ହଜାର ୨୩୫ ଜଣ ସୁସ୍ଥ ହୋଇଛନ୍ତି।

Read Also


Related Post | Odisha Covid-19 Regulations: ଓଡ଼ିଶାରୁ ହଟିଲା କୋଭିଡ କଟକଣା

samsung_pc
Share this:

Leave a Reply

Your email address will not be published. Required fields are marked *