Odisha Assembly Byelection: ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ, ଆସନ୍ତାକାଲି ଧାମନଗର ବିଧାନସଭା ଭୋଟ୍ଗଣତି
ଭୁବନେଶ୍ଵର: Odisha Assembly Byelection ଆଜି ଭାରତ ନିର୍ବାଚନ କମିସନ ପଦ୍ମପୁରର ଉପନିର୍ବାଚନ ପାଇଁ ଭୋଟ୍ଗ୍ରହଣର ତାରିଖ ଘୋଷଣା କରିଛନ୍ତି।
ନିର୍ବାଚନ କମିସନଙ୍କ ଘୋଷଣା ଅନୁସାରେ ନଭେମ୍ବର ୧୭ ତାରିଖ ସୁଦ୍ଧା ନାମାଙ୍କନ ପତ୍ର ଦାଖଲ ପ୍ରାର୍ଥୀ କରିପାରିବେ। ସେହିପରି ନଭେମ୍ବର ୧୮ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ନଭେମ୍ବର ୨୧ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବ। ଆସନ୍ତା ଡିସେମ୍ବର ୫ ତାରିଖରେ ଭୋଟ୍ଗ୍ରହଣ କରାଯିବାକୁ ଥିବାବେଳେ ୮ ତାରିଖରେ ଭୋଟ୍ଗଣତି ହେବ। ଏଥିପାଇଁ ନଭେମ୍ବର ୧୦ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଡିସେମ୍ବର ୧୦ତାରିଖ ସୁଦ୍ଧା ନିର୍ବାଚନପ୍ରକ୍ରିୟା ଶେଷ କରାଯିବ।
ସୂଚନାଯୋଗ୍ୟ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କର ପରଲୋକ ହେବା ପରେ ଏହି ବିଧାନସଭା ଆସନ ଖାଲି ପଡିଥିଲା।
ଧାମନଗର ଉପ ନିର୍ବାଚନ ଫଳାଫଳ ଆସନ୍ତା କାଲି
ଧାମନଗର ବିଧାନସଭା ଉପନିର୍ବାଚନ (Odisha Assembly Byelection) ର ଭୋଟ୍ଗଣତି ଆସନ୍ତାକାଲି ରବିବାର ହେବ। ସକାଳ ୮ଟାରୁ ସଂସ୍କୃତି ଭବନଠାରେ ଗଣତି କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ରହିଛି। ଏଥିରେ ୨୫୨ଟି ବୁଥ୍ ପାଇଁ ୧୪ଟି ଟେବୁଲରେ ୧୮ ରାଉଣ୍ଡରେ ଗଣତି ହେବ। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।
ସୂଚନା ଅନୁସାରେ ଧାମନଗର ବ୍ଲକର ପ୍ରଥମେ ଅସୁରାଳି ଜୋନ୍ରୁ ଗଣତି ଆରମ୍ଭ ହୋଇ ତିହିଡି ବ୍ଳକରେ ଶେଷ ରାଉଣ୍ଡ ଗଣତି ହେବ। ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଅନୁଯାୟୀ ମୋଟ୍ ୨ଲକ୍ଷ ୩୮ହଜାର ଭୋଟରଙ୍କ ମଧ୍ୟରୁ ୧ଲକ୍ଷ ୬୪ହଜାର ୪୬୫ ଭୋଟର ମତଦାନ ସାବ୍ୟସ୍ତ କରିଛନ୍ତି। ସେମାନଙ୍କ ମଧ୍ୟରୁ ୭୯ ହଜାର ୧୧ଜଣ ପୁରୁଷ ଓ ୮୫ହଜାର ୪୫୨ଜଣ ମହିଳା ମତଦାତା ରହିଛନ୍ତି। ୨ଜଣ ତୃତୀୟ ଲିଙ୍ଗି ମଧ୍ୟ ମତଦାନ କରିଛନ୍ତି।
ସୂଚନାଯୋଗ୍ୟ ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ପରଲୋକ ପରେ ଖାଲି ପଡ଼ିଥିବା ଧାମନଗର (Dhamanagar Byelection) ବିଧାନସଭା ଆସନରେ ଉପନିର୍ବାଚନ ହୋଇଥିଲା (Odisha Election 2022)। ଏଠାରେ ନଭେମ୍ବର ୩ରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା।
Read Also | Matric Summative-1 Examinations: ମାଟ୍ରିକ ସମ୍ମେଟିଭ୍ ପରୀକ୍ଷା ନଭେମ୍ବର ୨୩ରୁ
YOU MIGHT ALSO LIKE IT