Puri Vedic Vidyalaya: ପୁରୀରେ ‘ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ’ର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ପୁରୀ: Puri Vedic Vidyalaya ପୁରୀସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଶ୍ରୀସଦାଶିବ କ୍ୟାମ୍ପସ ପରିସରରେ ଦେଶର ଦ୍ୱିତୀୟ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ (Rashtriya Adarsha Veda Vidyalaya) ଓ ହିନ୍ଦୁ ଅଧ୍ୟୟନ କେନ୍ଦ୍ରକୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ଆଜି ମଙ୍ଗଳବାର ଲୋକାର୍ପଣ କରିଛନ୍ତି।

ଏଠାରେ ଆୟୋଜିତ ସଭାରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ୨୦୨୨-୨୩ ଶିକ୍ଷା ବର୍ଷରେ ଶ୍ରୀସଦାଶିବ କ୍ୟାମ୍ପସ ପରିସରରେ ଆରମ୍ଭ ହେବାକୁ ଯାଉଥିବା ବେଦ ବିଦ୍ୟାଳୟରେ ବେଦ ଭୁଷଣ ଚତୁର୍ଥ, ବେଦ ବିଭୂଷଣ ପଞ୍ଚମ ତଥା ବେଦ ବିଭୁଷଣ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀରେ ଯୋଗ୍ୟତାକୁ ଆଧାର କରି ପ୍ରବେଶ ଦିଆଯିବ। ଛାତ୍ରମାନଙ୍କ ଆବାସ ଓ ଭୋଜନର ବ୍ୟବସ୍ଥା ଛାତ୍ରାବାସରେ ନିଶୁଳ୍କ ରହିବ। ଏହି ଆଦର୍ଶ ବେଦ ବିଦ୍ୟାଳୟରେ ବୈଦିକ ସଂସ୍କୃତି ଓ ଜ୍ଞାନର ଅନୁରୂ ଛାତ୍ରମାନେ ନିର୍ଦ୍ଧାରିତ ପାରମ୍ପରିକ ବେଶଭୂଷା ପରିଧାନ ଏବଂ କଠୋର ଅନୁଶାସନରେ ରହି ଅଧ୍ୟୟନ କରିବେ। ଛାତ୍ରମାନଙ୍କୁ ବେଦ ଅଭ୍ୟାସ ସହିତ ସଂସ୍କୃତ, ଯୋଗ, ବିଜ୍ଞାନ, ଗଣିତ, ବୈଦିକ ଗଣିତ, ସାମାଜିକ ବିଜ୍ଞାନ, ଇଂରାଜୀ ଭାଷା, କମ୍ପ୍ୟୁଟର ଓ କୃଷି ବିଦ୍ୟା ଭଳି ବିଷୟରେ ଅଧ୍ୟୟନ ଅଭ୍ୟାସ କରାଯିବ।

ଏଥିସହିତ କୌଶଳ ଉପରେ ଆଧାରିତ ବିଭିନ୍ନ ପାଠ୍ୟକ୍ରମ ଆରମ୍ଭ କରାଯିବାର ଲକ୍ଷ୍ୟ ରଖାଯାଇଛି। ଅନୁରୂପ ଭାବରେ ଋଗବେଦ, ଯଜୁର୍ବେଦ, ସାମବେଦ ଓ ଅର୍ଥବ ବେଦର ଗୋଟିଏ ଗୋଟିଏ ଶାଖାରେ ଛାତ୍ରମାନଙ୍କ ଉପଲବ୍ଧତା ଆଧାରରେ ପ୍ରବେଶ ଦିଆଯିବ। ଏହାଦ୍ୱାରା ବେଦ ପ୍ରତିଷ୍ଠାରେ ଭାରତରେ ଉଚ୍ଚତର ଜ୍ଞାନ ପରମ୍ପରା ସହିତ ଭାରତର ଉଚ୍ଚତର ମୂଲ୍ୟବୋଧ ଓ ଜୀବନର ବିକାଶ ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି।
ସେ କହିଲେ ଉଜ୍ଜୟିନୀ ସ୍ଥିତ ମହର୍ଷି ସାନ୍ଦୀପନି ରାଷ୍ଟ୍ରୀୟ ବେଦବିଦ୍ୟା ପ୍ରତିଷ୍ଠାନର ମୁଖ୍ୟ କ୍ୟାମ୍ପସ ବ୍ୟତିତ ବାହାରେ ପାଞ୍ଚଟି ନୂଆ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟର ଯୋଜନା କରାଯାଇଛି। ଆଗାମୀ ଦିନରେ ଅନ୍ୟ ତିନୋଟି ଧାମ ସମେତ ଉତ୍ତର-ପୂର୍ବ ରାଜ୍ୟରେ ଗୋଟିଏ ଲେଖାଏଁ ଆଦର୍ଶ ବେଦ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ସମସ୍ତ ବେଦ ଗୁଡ଼ିକର ଉଚ୍ଚ ଅଧ୍ୟୟନ, ଭାରତୀୟ ଜ୍ଞାନ ପ୍ରଣାଳୀ, ରାଷ୍ଟ୍ରୀୟ ଶିକ୍ଷା ନୀତି -୨୦୨୦କୁ ଆଗେଇ ନେବ।
Read Also
- Gold Price Today Odisha: ପୁଣି ଶସ୍ତା ହେଲା ସୁନା, ଜାଣନ୍ତୁ ଆଜି ଭୁବନେଶ୍ୱରରେ କେତେ ରହିଛି କ୍ୟାରେଟ୍ ଦର

- Joranda Magha Mela: ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା ପରମ୍ପରା, ପ୍ରସ୍ତୁତି ଓ ଆଧ୍ୟାତ୍ମିକ ମହତ୍ତ୍ୱ

- Subhadra Yojana Installment In 2026: ଆଜି ମିଳିଲା ପୁଣି ସୁଭଦ୍ରା କିସ୍ତି

- PUC Certificate Odisha: ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ନିଷେଧ ନିୟମ ଫେବ୍ରୁଆରୀ ୧ରୁ ଲାଗୁ

- Gold Rate Today: ଆଜିର ସୁନା ଦର, ଦିନେ ବଢୁଛି ଦିନେ କମୁଛି

- Liquor and Nonveg Ban at Puri: ପୂରୀ ବଡ଼ଦାଣ୍ଡରେ ମଦ ଓ ଆମିଷ ବ୍ୟାନ

