Odisha Weather Monsoon Report: କେରଳ ଛୁଇଲା ମୌସୁମୀ,୧୦ ଜିଲ୍ଲାରେ କାଳବୈଶାଖୀ
ଭୁବନେଶ୍ଵର (ବ୍ୟୁରୋ): Odisha Weather Monsoon Report ଖୁସି ଖବର ଗରମ ଏବଂ ଗୁଳୁଗୁଳିରୁ ଶୀଘ୍ର ମିଳବ ମୁକ୍ତି। ମୌସୁମୀ ବାୟୁ ନିର୍ଦ୍ଧାରିତ ସମୟର ୩ ଦିନ ପୂର୍ବରୁ ଆଜି କେରଳ (Kerala) ରେ ପହଞ୍ଚିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ପୂର୍ବରୁ ଜୁନ ମାସ ୧ ତାରିଖ ଦିନ ମୌସୁମୀ କେରଳ ସ୍ପର୍ଶ କରିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଥିଲା। ମାତ୍ର ଏହାର ତିନି ଦିନ ପୂର୍ବରୁ ମୌସୁମୀ କେରଳ ଛୁଇଁ ଥିବା ନେଇ ସୂଚନା ଦିଆଯାଇଛି।
ସୂଚନା ଅନୁସାରେ ଚଳିତ ବର୍ଷ ଓଡ଼ିଶାରେ ସ୍ୱାଭାବିକ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ରାଜ୍ୟରେ ଗତ କିଛିଦିନ ହେବ ଗ୍ରୀଷ୍ମ ପ୍ରବାହ ଲାଗିରହିଛି। ଗତକାଲି ଦିନର ସର୍ବୋଚ୍ଚ ତାପମାତ୍ରା ୪୨.୨ ଡିଗ୍ରୀ ସେଲ୍ସିୟସ୍ ବଲାଙ୍ଗିରଠାରେ ରେକର୍ଡ଼ କରାଯାଇଛି।
ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ସହ କାଳବୈଶାଖୀ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହିସବୁ ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି ।
Read Also |Corona Cases Odisha: ଆଜି ପୁଣି ରାଜ୍ୟରୁ ୯ କରୋନା ପଜିଟିଭ ଚିହ୍ନଟ