Breaking NewsCORONA UPDATESଓଡ଼ିଶା Covid19 Odisha Report: ଆଜି ରାଜ୍ୟରୁ ଆଉ ୫୯ କରୋନା ପଜିଟିଭ ଚିହ୍ନଟ, ସୁନ୍ଦରଗଡରୁ ସର୍ବାଧିକ March 30, 2022 MahimaLive 17 Views Angul covid news, Breaking News, corona update odisha, covid-19, Latest Covid Report Odisha, Mahimalive Odisha, ODISHA NEWS, Omicron Cases in Odisha 1 min read Share this: ଭୁବନେଶ୍ଵର: Odisha Covid-19 Report ଗତକାଲି ରାଜ୍ୟରୁ ୩୭ କରୋନା ସଂକ୍ରମିତ (Coronavirus) ଚିହ୍ନଟ ହୋଇଥିଲାବେଳେ ଆଜି ୫୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହାକି ଗତକାଲି ଅପେକ୍ଷା ଆଜି ସଂକ୍ରମିତଙ୍କ ସଂଖ୍ୟା ବଢିଛି। ରାଜ୍ୟରୁ ଆଜି ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ୧୭ଜଣ। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟର (Quarantine) ରୁ ୩୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୨୪ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଚିହ୍ନଟଙ୍କ ମଧ୍ୟରେ ଅନୁଗୋଳରୁ ୨ଜଣ, ବାଲେଶ୍ଵରରୁ ୩ଜଣ, ବଲାଙ୍ଗୀରିରୁ ୨ଜଣ, କଟକରୁ ୪ଜଣ, ଦେଓଗଡରୁ ଜଣେ ଚିହ୍ନଟ ହୋଇଥିବାବେଳେ ଗଜପତି ଜିଲ୍ଲାରୁ ୫ଜଣ, ଯାଜପୁରରୁ ୩ଜଣ, ଖୋର୍ଦ୍ଧାରୁ ୧୪ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ମୟୁରଭଞ୍ଜରୁ ୪ଜଣ, ସମ୍ବଲପୁରରୁ ୩ଜଣ, ସୁନ୍ଦରଗଡରୁ ୧୫ଜଣ ଏବଂ ଷ୍ଟେଟ୍ ପୁଲରୁ ୩ଜଣ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୩କୋଟି ୬ଲକ୍ଷ ୨୧ ହଜାର ୫୪୮ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୮୭ ହଜାର ୬୦୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୬୫ଜଣ ସୁସ୍ଥ ହେବା ସହିତ ମୋଟ ୧୨ ଲକ୍ଷ ୭୮ ହଜାର ୩୫ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୦୦ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। Share this: